ଆଦର୍ଶ ଶିକ୍ଷକ ଧନେଶ୍ୱର ପାତ୍ରଙ୍କ ପରଲୋକ

ହାଟଡିହି(ଓ୍ବାଇଏନଏସ) ହାଟଡିହି ବ୍ଲକ ଶାଳନିଆଁ ପଞ୍ଚାୟତ ମନୋହରପୁର ଗ୍ରାମର ଆଦର୍ଶ ଶିକ୍ଷକ ଧନେଶ୍ୱର ପାତ୍ରଙ୍କ ୮୧ ବର୍ଷ ବୟସରେ ଶୁକ୍ରବାର ଦିନ ପରଲୋକ ହୋଇ ଯାଇଛି। ସ୍ବର୍ଗତ ଧନେଶ୍ୱର ପାତ୍ର ହରିଚନ୍ଦନପୁର ବ୍ଲକର ନନ୍ଦରା,  ପିଠାଗୋଳା ପ୍ରାଥମିକ ବିଦ୍ୟାଳୟ ।ସ୍କୁଲ – ହରିଚନ୍ଦନପୁର ବ୍ଲକ  ର ନନ୍ଦରା  ପିଠାଗୋଳା ପ୍ରାଥମିକ ବିଦ୍ୟାଳୟ, ଆନନ୍ଦପୁର ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ, ହାଟଡିହି ବ୍ଲକର ହାବଳେଶ୍ୱର ପ୍ରାଥମିକ ବିଦ୍ୟାଳୟ , ସରଳା ପ୍ରାଥମିକ ବିଦ୍ୟାଳୟ  ରେ ଶିକ୍ଷକତା  କରି ଅବସର ଗ୍ରହଣ କରିଥିଲେ। ଅବସର ପରେ ସେ ଗ୍ରାମରେ ସତ୍ୟସାଇ ଙ୍କ ମନ୍ଦିର ସ୍ଥାପନ କରିବା ସହିତ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ।  ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ଜିତେନ୍ଦ୍ର ପାତ୍ର, ସୁଶାନ୍ତ ପାତ୍ର, ପ୍ରଶାନ୍ତ ପାତ୍ର, ଦେବପ୍ରିୟ ପାତ୍ର, ଝିଅ ରଶ୍ମିତା ପାତ୍ର,ଶୋଭନିକା ପାତ୍ର, ଶିଶିର କୁମାର ନାୟକ,  ଉତ୍ପଳ ଲୋଚନ ଚାନ୍ଦ, ବିଶିଷ୍ଟ ଗାୟକ ବିବୁ ଦାସ, ସତ୍ୟନାରାୟଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ  ଶାଳଣିଆଁ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ଶେଷ ଦର୍ଶନ କରିବା ପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ