ସୋସୋ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୋସୋ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ନାହାକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡ଼ି.ଆଇ.ଇ.ଟି ଆଗରପଡାର ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳ, ମୁଖ୍ୟବକ୍ତା ଭାବେ ଓଷ୍ଟାର ଉପଦେଷ୍ଟା ଶାନ୍ତନୁ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସୋସୋ ପଞ୍ଚାୟତର ସରପଞ୍ଚ ରାଜ କୁମାର ଦାସ, ଓଷ୍ଟା ର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟା ର ଜିଲ୍ଲା ସହ ସମ୍ପାଦକ ଅନିରୁଦ୍ଧ ସେଠୀ, ଜିଲ୍ଲା ସଂଘର କାର୍ଯ୍ୟ ନିର୍ବାହୀ ସଦସ୍ୟ ନିରାକାର ମହାପାତ୍ର, ବ୍ଲକ ସଭାପତି ନବଘନ ନାୟକ, ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ଏସ ଏମ ସି ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମନୋଜ ମଞ୍ଜରୀ ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ନାୟକ, ଶିକ୍ଷାବିତ ମୋହନ ମହାନ୍ତି, ସିଆର ସିସି ବୁଦ୍ଧଦେବ ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ।  ଏହି ଅବସରରେ ବିଦ୍ୟାଳୟର ମାଟ୍ରିକ ଟପର ପି ପ୍ରିୟାଂଶି, ସ୍ଟୁଡେଣ୍ଟ ଅଫ ଦ ସ୍କୁଲ ଦୀପ୍ତିମୟୀ ସିଂ, ଯାଜ୍ଞସେନୀ ସାହୁ, ସାନିଆ ତାହିର ଶେଖ,  ଶିକ୍ଷକ ଲଚ୍ଛମନ୍ ଦାସ,ଆର୍ତ୍ତବନ୍ଧୁ ଜେନା, ବିନିତା ବିଶ୍ଵାଳ, ଚିନ୍ମୟୀ ପଣ୍ଡା, ବିକାଶ ଦାସ, ଲିପ୍ ସାରାଣୀ ସା, ଗୀତାଶ୍ରୀ ନାୟକ, ରଞ୍ଜିତା ରାଣୀ ପଣ୍ଡା, ଶିକ୍ଷା କର୍ମଚାରୀ ବଟକୃଷ୍ଟ ଦୋରା, ପ୍ରଣବଲଭ ରାଉତ, ମମତା ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ