୧୦ଫୁଟର କୁମ୍ଭୀର ଅସ୍ତରଙ୍ଗ ଗଙ୍ଗାଦେବୀ ସମୁଦ୍ର ନିକଟରୁ ଉଦ୍ଧାର

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୂଳରେ ଦୀର୍ଘ ଦିନ ହେବ କୁମ୍ଭୀର ଆତଙ୍କ ଦେଖା ଦେଇଥିବାରୁ ସ୍ଥାନୀୟ ଅଂଚଳବାସୀ ଭୟଭୀତ ଥିଲେ। କିଛି ଦିନ ପୂର୍ବେ ଅସ୍ତରଙ୍ଗ ପୀରଜାହାନିଆ ସମୁଦ୍ର କୂଳରେ ଏକ କୁମ୍ଭୀର ବିଚରଣ ବେଳେ ସ୍ଥାନୀୟ ଯୁବକ ଦେଖି ନିଜ ଫୋନ ରେ ଭିଡିଓ କଏଦ କରି ସାମାଜିକ ଗଣମାଧ୍ୟ୍ୟମ ରେ ଛାଡିଥିଲେ।ପରେ ଅସ୍ତରଙ୍ଗ ବନ ବିଭାଗ ପୀରଜାହାନିଆ ସମୁଦ୍ର ନିକଟରେ କିଛି ଦିନ ପର୍ଯ୍ୟଟକ ଙ୍କୁ ସମୁଦ୍ର ସ୍ନାନ ବାରଣ ସହ ସମୁଦ୍ର କୂଳରେ ସଚେତନ କରିଥିଲେ। କୁମ୍ଭୀର ଭୟରେ ସ୍ଥାନୀୟ ଅଞ୍ଚଳବାସୀ ସମୁଦ୍ର କୁ ଯିବାକୁ ଭୟ କରୁଥିଲେ। ପୁନର୍ବାର ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଶନିବାର ମଧ୍ୟାହ୍ନ ସମୟରେ ଅସ୍ତରଙ୍ଗ ନିକଟସ୍ଥ ଅଣକଣା ସମୁଦ୍ର କୂଳରେ ଖରା ଖାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ମସ୍ଚ୍ୟଜୀବି ଦେଖିଥିଲେ। କୁମ୍ଭୀର ଦେଖିବାକୁ ଲୋକ ଙ୍କ ଭିଡ଼ ହେବାରୁ କୁମ୍ଭୀର ଟି ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲା। ଅସ୍ତରଙ୍ଗ ବନ ବିଭାଗ ଉକ୍ତ କୁମ୍ଭୀର କୁ ଧରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ରାଜନଗର ବନବିଭାଗ ତରଫରୁ କୁମ୍ଭୀର ଧରିବାକୁ ସ୍ୱତନ୍ତ୍ର ରାପିଡି ରେସକ୍ୟୁ ର ୬ଜଣିଆ ଟିମ୍ ଅସ୍ତରଙ୍ଗ ସମୁଦ୍ର କୂଳରେ ପହଂଚି ଦୀର୍ଘ ୮ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ଅସ୍ତରଙ୍ଗ ବନ କର୍ମଚାରୀ ଓ ରେସକ୍ୟୁ ଟିମ୍ ୧୦ଫୁଟ ଲମ୍ବ ର ଏକ ବିରାଟକାୟ କୁମ୍ଭୀର କୁ କୌଶଳ କ୍ରମେ ଗଙ୍ଗାଦେବୀ ସମୁଦ୍ର କୂଳରୁ ଜାଲ ମାଧ୍ୟ୍ୟମରେ ଧରିବାକୁ ସକ୍ଷମ ହୋଇଥିଲେ। ପରେ ବନ କର୍ମଚାରୀ ଏକ ଟାଟା ଏସି ଗାଡ଼ିରେ ରାଜନଗର ବନ ବିଭାଗ କୁ ପଠାଯାଇଥିଲା। ଯାହା ପ୍ରାପ୍ତ ସୂଚନା ବଉଳା କୁମ୍ଭୀର ଟି ଅସୁସ୍ଥ ଥିବାରୁ କିଛି ଦିନ ହେବ କଷ୍ଟ ଅନୁଭବ କରି ସମୁଦ୍ର ଲୁଣି ପାଣିରେ ପ୍ରବେଶ କରିଥିଲା। ଉଦ୍ଧାର ପରେ ଯାହା କୁମ୍ଭୀର ଦେଖିବା ପରେ ଜଣା ପଡିଛି ବଉଳା କୁମ୍ଭୀର ଆଖି ରେ କ୍ଷତ ଚିହ୍ନ ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ