ବଡପଦା ଶୈବପୀଠ ରେ ଶ୍ରୀ ରାମ ତାରକ ମହାଯଜ୍ଞ ଉଦଯାପିତ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବଡପଦା ଶ୍ରୀ ଉଦୟନାଥଙ୍କ ପୀଠରେ ଆୟୋଜିତ ହୋଇଥିବା ପଞ୍ଚ କୁଣ୍ଡିୟ ଶ୍ରୀ ରାମ ତାରକ ବିଶ୍ୱଶାନ୍ତି ମହାଯଜ୍ଞ ରବିବାର ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ଉଦଯାପିତ ହୋଇଯାଇଛି।ଗତ ୨୨ ତାରିଖ ଠାରୁ ପଣ୍ଡିତ ସୁଧାଂଶୁ କରଙ୍କ ପୌରହିତ୍ୟରେ ଆରମ୍ଭ ହୋଇଥିବା ଏହି ଯଜ୍ଞରେ ପ୍ରତ୍ୟହ ଘୃତ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ପୂର୍ଣ୍ଣାହୁତି ଦିବସରେ ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଶ୍ରଦ୍ଧାଳୁ ଏଥିରେ ଉପସ୍ଥିତ ଥିଲେ। ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେଇ ଯଜ୍ଞ ନାରାୟଣଙ୍କ ଦର୍ଶନ କରିବା ସହ ବ୍ଲକର ସମସ୍ତ ଜନସାଧାରଣଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଆହୂତି ପ୍ରଦାନ କରିଥିଲେ। ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଲିଙ୍ଗରାଜ ପଣ୍ଡା ଓ ସହଧର୍ମିଣୀ କର୍ତ୍ତା ଆସନ ଅଳଙ୍କୃତ କରିଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଦୀର୍ଘ ୧୧ ଦିନ ବ୍ୟାପି ଅନୁଷ୍ଠିତ ଯଜ୍ଞକୁ ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ପାଣିଗ୍ରାହୀ, ସମ୍ପାଦକ ରବିଚନ୍ଦ୍ର ଗୈାଡ, ଉପସଭାପତି କିଶୋର ଚନ୍ଦ୍ର ସର୍ଦ୍ଦାର ଓ ଦାଶରଥି ବେହେରା, ସହସମ୍ପାଦକ ସିମାଞ୍ଚଳ ଗୌଡ଼, କୋଷାଧ୍ୟକ୍ଷ ବି. ବାବୁ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ, ସକ୍ରିୟ କାର୍ଯ୍ୟକର୍ତ୍ତା ଚିତ୍ରସେନ ଗୌଡ଼, ପ୍ରତାପ ଦିକ୍ଷୀତ, ଶିବରାମ ପ୍ରଧାନ, ବାବୁଲା ସାହୁ,ଅଭି ଗୌଡ଼, ସୁଦୟା ମଳିକ, ବିଶ୍ଵନାଥ ଜାନି, ବୀର ମଳିକ, ତ୍ରିନାଥ ପଣ୍ଡା,ବାବୁ ପଣ୍ଡା, ଶଙ୍କର ଦଳେଇ,ଉଦୟ ଗୌଡ଼ ପ୍ରମୁଖ ପରିଚାଳନା କରିଥିବା ବେଳେ ଚଷାନିମଖଣ୍ଡି, ନିମଖଣ୍ଡି ପେଣ୍ଠ, ଖମ୍ବାରିଗାଁ ଏବଂ ଭିଷ୍ମଗିରି ପଞ୍ଚାୟତ ବାସିନ୍ଦା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ