ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତା ଦେଲେ ସରପଞ୍ଚ ପ୍ରତିନିଧି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି : ଘୋଡାହାଡ ଡ଼୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାର ଅପରାହ୍ନ ର ଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ ରାସ୍ତାରେ କଚାଡି ହୋଇ ଗୁରୁତର ହୋଇଥିଲେ। ସମସ୍ତେ ଦେଖୁଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ ପାଇଁ କେହି ସେଠାକୁ ଯାଉନଥିଲେ। ସେହି ସମୟରେ ଖମାରୀ ଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ସାମାଜିକ କର୍ମୀ ଚିତ୍ରସେନ ଗୌଡ଼ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ କାମ ସାରି ନିଜ କାର ରେ ସମିତି ସଭ୍ୟ ଶରତ ଶବର ଓ ପ୍ରଶାନ୍ତ ଗୌଡ଼ ଙ୍କୁ ସାଙ୍ଗରେ ନେଇ ଗାଁ କୁ ଫେରୁଥିଲେ। ସେମାନଙ୍କୁ କାର ରୁ ଓହ୍ଲାଇ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ସ୍କୁଟି ଚାଳକ ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ନିଜ କାର୍ ରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ଗୁରୁତର ଆହାତ ଜଣକ ହେଲେ ଚିକିଟି ବ୍ଳକ କଳବାଡ ପଞ୍ଚାୟତ କାଶ୍ମୀର ଶାସନ ଗ୍ରାମର ସୁନୀଲ ପାତ୍ର । ଆସନ୍ତା ୧୦ ତାରିଖ ରେ ତାଙ୍କ ଶାଳକ ଙ୍କ ବାହାଘର ନିମନ୍ତ୍ରଣ କାର୍ଡ ଦେବାକୁ ସୁନୀଲ ସ୍କୁଟି ଯୋଗେ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଦ୍ବାର ଗାଁ ଅଭିମୁଖେ ଯାଉଥିବା ବେଳେ ନୂତନ ମେଡିକାଲ କୋଠା ସମ୍ମୁଖ ରାସ୍ତାରେ ଅସାବଧାନତା କାରଣରୁ ପଡ଼ି ଯାଇଥିଲେ। ସୁନୀଲ ଙ୍କ ପରିବାର ସଦସ୍ୟଙ୍କ ସହ ଚିତ୍ରସେନ ଫୋନ ଯୋଗେ ଯୋଗାଯୋଗ କରିବା ସହ ତାଙ୍କ ପ୍ରାଥମିକ ଚିକିତ୍ସା କରାଇବା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଚିତ୍ରସେନଙ୍କ ଏଭଳି ମହାନତା କୁ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥିବା ଜଣାପଡିଛି ।


