ଜିଲ୍ଲା ସ୍ତରୀୟ ଜନ ଆରୋଗ୍ୟ ସମିତି ସମ୍ମିଳନୀ -୨୦୨୬
ବାଲେଶ୍ୱର, (ସରୋଜ ପଣ୍ଡା):ଗୋପାଳଗାଁ, ବାଲେଶ୍ୱର ସ୍ଥିତ ଆୟୁଷ୍ମାନ ଭବନରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ବାଲେଶ୍ୱର ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ-୨୦୨୬ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତତସହିତ ଡାକ୍ତର ପ୍ରଭାତ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ, ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଡାକ୍ତର ପ୍ରଦୀପ କୁମାର କର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଡାକୁର ଅମୁଲ୍ୟ କୁମାର ଦାସ, ଜିଲ୍ଲା ଚିକିତ୍ସା ଅଧିକାରୀ (ଡାକୁରୀ ଅଧୀକ୍ଷକ), ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ସହାୟକ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ), ଡାକ୍ତର ସୂର୍ଯ୍ୟପ୍ରକାଶ ରାଉତରାୟ, ସହାୟକ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧୂକାରୀ (ଭେକ୍ଟରବୋନ ନିୟନ୍ତ୍ରଣ ପ୍ରୋଗ୍ରାମ୍), ଡାକୁର ମନୋଜ କୁମାର ନାୟକ, ସହାୟକ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା), ଶ୍ରୀ ଚକ୍ରଧର ଜେନା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (NHM), ଶ୍ରୀ ନୀଲେଶ କୁମାର ପଟ୍ଟନାୟକ, ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ବାଳ, ଶ୍ରୀ ସୂର୍ଯ୍ୟଜିତ ରାୟ, ଶ୍ରୀ ବିଶ୍ବରଞ୍ଜନ ନାୟକ, ବାଲେଶ୍ୱର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରୁ ଅନେକ ସଂଖ୍ୟାରେ ଆଶା କର୍ମୀ, ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା ଏବଂ ଜନ ଆରୋଗ୍ୟ ସମିତିର କର୍ମକର୍ତ୍ତା ମାନେ ଏଠାରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ସମ୍ମିଳନୀକୁ ଶୁଭାରମ୍ଭ କରିଥିଲେ । ଶ୍ରୀ ରମାକାନ୍ତି କର ଏବଂ ମାନସ କୁମାର ସାମନ୍ତ ମଞ୍ଚ ପରିଚାଳନା କରିଥିଲେ । ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତିର ଉତ୍ତମ କାର୍ଯ୍ୟକୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ । “ ସ୍ବାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା” ବିଷୟରେ ଆଲୋଚନା କରାଯାଇଥିଲା, ଆଶା ପୁରସ୍କାର, ସୁସ୍ଥ ଗାଁ ପୁରସ୍କାର, ଏବଂ ଜନ ଆରୋଗ୍ୟ ସମିତି ବିତରଣ କରାଯାଇଥୁଲା | ଏହି ସମ୍ମିଳନୀର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମ ସ୍ତରରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବା। ଗ୍ରାମ ସ୍ତରରେ ସ୍ୱାସ୍ଥ୍ୟ, ସଚେତନତା ଓ ସାମାଜିକ ବିକାଶର ମୂଳ ଭିତ୍ତି ସୃଷ୍ଟି କରୁଥିବା ଆଶା କର୍ମୀ, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତିର ଭୂମିକା। ଗ୍ରାମ ହେଉଛି ଆମ ଦେଶର ମୂଳ ଆଧାର। ଯଦି ଗ୍ରାମ ସ୍ୱସ୍ଥ ରହିବ, ତେବେ ଦେଶ ସୁସ୍ଥ ରହିବ। କିନ୍ତୁ ଗ୍ରାମୀଣ ଅଞ୍ଚଳରେ ଆଜି ମଧ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଛି— ମାତୃମୃତ୍ୟୁ, ଶିଶୁମୃତ୍ୟୁ, ପୋଷଣ ଅଭାବ, ସଂକ୍ରାମକ ରୋଗ, ପରିସ୍କାରତାର ଅଭାବ, ଏବଂ ସ୍ୱାସ୍ଥ୍ୟ ସଚେତନତାର କମି। ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାର ନୀତି ଓ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ଯୋଜନାକୁ ସଫଳ କରିବା ପାଇଁ ଗ୍ରାମ ସ୍ତରରେ କାମ କରୁଥିବା ଲୋକମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେଠାରେ ଆସିଥାନ୍ତି ଆଶା କର୍ମୀ, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି।
ସଭା ଶେଷରେ ଶ୍ରେଷ୍ଠ ଆଶା, ସୁସ୍ଥ ଗାଁ ଏବଂ ଜନ ଆରୋଗ୍ୟ ସମିତି ପୁରସ୍କୃତ ହୋଇଛନ୍ତି । ପ୍ରତ୍ୟେକ ୧୨ ଶ୍ରେଷ୍ଠ ଆଶା କର୍ମୀମାନଙ୍କୁ ୫୦୦୦/- ଟଙ୍କା, ପ୍ରତ୍ୟେକ ୧୨ ସୁସ୍ଥ ଗାଁ କୁ ୧୦୦୦୦/- ଟଙ୍କା, ପ୍ରତ୍ୟେକ ୧୨ ଜନ ଆରୋଗ୍ୟ ସମିତି କୁ ୧୩୦୦୦ /- ଟଙ୍କା ଲେଖାଏଁ ଅର୍ଥରାଶି ବ୍ୟାଙ୍କ ଏକାଉଣ୍ଟ କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ସମିତି, ବାଲେଶ୍ୱର ପକ୍ଷରୁ ଘୋଷଣା କରାଯାଇଛି। ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


