ଆଦାନୀ ଫାଉଣ୍ଡେସନ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ପାଇଁ ସହାୟକ ଉପକରଣ ବଣ୍ଟନ ସେବା

ଛତ୍ରପୁର, (ଓ୍ବାଇଏନଏସ) : ‘ସେବା’ର ସଂକଳ୍ପକୁ ଦୃଢତାର ସହ ସାକାର କରିବା ଭଳି ମହାନ ସାମାଜିକ ଦର୍ଶନକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରିଥିବା ଆଦାନୀ ଗୃପ ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀଙ୍କ ୬୪ ତମ ଜନ୍ମ ଦିବସ ପାଳନ ଅବସରରେ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଆର୍ଯ୍ୟପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସହାୟକ ଉପକରଣ ବଣ୍ଟନ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ସେବା କାର୍ଯ୍ୟକ୍ରମରେ ୨୦ ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। ଏହି ପ୍ରୟାସ ଶାରୀରିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଅଧିକ ସ୍ୱାବଲମ୍ବୀ ଓ ସମ୍ମାନର ସହ ଜୀବନଯାପନ କରିବାରେ ସହାୟକ ହେବା ସହ ଦୈନନ୍ଦିନ ଜୀବନକୁ ଅଧିକ ସୁଗମ କରିବ। ଆଜି ଏକ ସ୍ୱତନ୍ତ୍ର ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଗୋପାଳପୁର ପୋର୍ଟର ବିଜନେସ ହେଡ୍, ଶ୍ରୀ ପ୍ରଶାନ୍ତ ପାତ୍ର  ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସହାୟକ ଉପକରଣ ବଣ୍ଟନ ସେବା ସଂପାଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ଜନପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ଗୋପାଳପୁର ବନ୍ଦରର ବରିଷ୍ଠ ଅଧିକାରୀ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ସମାଜର ପଛୁଆ ଓ ଦିବ୍ୟାଙ୍ଗ ବର୍ଗଙ୍କ ସଶକ୍ତିକରଣ ଦିଗରେ ଆଦାନୀ ଫାଉଣ୍ଡେସନର ଏଭଳି ସାମାଜିକ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସହାୟକ ଉପକରଣ ପାଇଥିବା ହିତାଧିକାରୀମାନେ ଆଦାନୀ ଫାଉଣ୍ଡେସନ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ଏହି ଉପକରଣ ସେମାନଙ୍କ ଦୈନନ୍ଦିନ ଜୀବନରେ ବେଶ୍ ସହାୟକ ହେବ ବୋଲି କହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ