ମହରମ ପର୍ବ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ବୈଠକ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳରେ ପବିତ୍ର ମହରମ ପର୍ବ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ ହେବ ସେନେଇ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ଧାମନଗର ପଞ୍ଚାୟତ ସମିତି ସେଣ୍ଟ୍ରାଲ ସଭାଗୃହ ପରିସରରେ ଶାନ୍ତି କମିଟିର ଆବାହକ ତଥା ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ଅଧ୍ୟକ୍ଷା ନିବେଦିତା ଜେନା,ଏଏସପି ଅଂଶୁମାନ ଦ୍ୱିବେଦୀ,ଏସ.ଡି.ପି.ଓ ବିଷ୍ଣୁ ଚରଣ ବାରିକ,ଆଇଆଇସି ଶୁଭ୍ରଜିତ ଦାଶ,କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ। ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ବାସୁଦେବ ତ୍ରିପାଠୀ,ବିରେନ୍ଦ୍ର କୁମାର ଜେନା,କୃଷ୍ଣ ଚନ୍ଦ୍ର ଜେନା,ଏମଡି ଇସ୍ରାଇଲ ହବିବି,ଗୋଲାମ ଜିଲାନି ହବିବି,ସେକ ଜାଫର ଅଲ୍ଲୀ,ସେକ ରୋସ୍ତମ,ପ୍ରତାପ ସାମଲ,ଲମ୍ବୋଦର ଜେନା,ଏମଡି ଫକିରୁଦ୍ଦିନ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ଶ୍ରୀନିବାସ ମଲ୍ଲିକ,ବିଦ୍ୟୁତ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଶାସ୍ୱତ ନନ୍ଦୀ,ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଇସଲାମିକ ନୂତନ ବର୍ଷ ଏବଂ ପୀରବାବା ହୋଜୁର ମୁଜାହିଦ୍-ଏ- ମିଲ୍ଲତଙ୍କ ଜନ୍ମ ଦିନ ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ବ୍ୟାପକ ଆଲୋଚନା କରିଥିଲେ I ଭାଇଚାରାର ମାଟି ଧାମନଗରରେ ପରସ୍ପରକୁ ସହଯୋଗ କରି ଏହି ପର୍ବ ପାଳନ କରିବାକୁ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ସହ ଡିଜେ ସମ୍ପୂର୍ଣ୍ଣ ବନ୍ଦ କରିବା,ବାଡ଼ିଖେଳ ବେଳେ ମଦ୍ୟପାନ ନକରିବା ପାଇଁ ପୋଲିସ ପକ୍ଷରୁ ତାଗିଦ କରାଯାଇଥିଲା।


