ମିଶନ୍ ସ୍ୱାଭିମାନ ଅଧୀନରେ ସମସ୍ତ ତହସିଲରେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ

ହାଟଡିହି (ଓ୍ବାଇଏନଏସ) : ଓଡ଼ିଶାର ରାଜସ୍ବ ବିଭାଗର ମେରୁଦଣ୍ଡ ସାଜିଥିବା ରାଜସ୍ବ ନିରୀକ୍ଷକ ସହକାରୀ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର ମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଆଜିଠାରୁ “ମିଶନ୍ ସ୍ୱାଭିମାନ” ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ୩୧୭ଟି ତହସିଲରେ ଏହି ପ୍ରତିବାଦରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି। ରାଜସ୍ବ ନିରୀକ୍ଷକ, ସହକାରୀ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର ମାନେ କଳା ବ୍ୟାଜ  ପିନ୍ଧି ପ୍ରତିବାଦ କରିଛନ୍ତି।  ଓଡ଼ିଶା ରାଜ୍ଯ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ  ପକ୍ଷରୁ ଆଜିଠାରୁ ସମସ୍ତ ସଦସ୍ୟ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ପ୍ରକାଶ କରିଛନ୍ତି। ସଂଘର ଦାବି ଅନୁଯାଇ ୫୦% କର୍ମଚାରୀଙ୍କ ଉପରେ ୨୦୦%ରୁ ଅଧିକ କାର୍ଯ୍ୟଭାର ଲଦି ଦିଆଯାଉଛି। ମୌଳିକ ସୁବିଧା ଯଥା ବିଦ୍ୟୁତ୍, ଇଣ୍ଟରନେଟ୍, ସ୍ଥାୟୀ ଭ୍ରମଣ ଭତ୍ତା , ଗ୍ରୁପ୍-ଡି ପଦବୀ ପୂରଣ ଏବଂ କ୍ୟାଡର ପୁନର୍ଗଠନ ନହେବା ଯୋଗୁଁ ରାଜସ୍ବ କ୍ଷେତ୍ର କର୍ମଚାରୀମାନେ ଅମାନବିକ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି। ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ରାଜସ୍ବ କ୍ଷେତ୍ର  କର୍ମଚାରୀଙ୍କ ପାଇଁ ମୌଳିକ ସୁବିଧା, କ୍ୟାଡର ପୁନର୍ଗଠନ ଏବଂ ଯଥାର୍ଥ କାର୍ଯ୍ୟଭାର ନିର୍ଦ୍ଧାରଣ କରାଯାଉ। ସଂଘର ମତରେ, ରାଜ୍ୟର ସମସ୍ତ ୩୧୭ଟି ତହସିଲରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଚାଲୁ ରହିବ। ଯଦି ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା ଜୁନ ୨୫ ରୁ ସମସ୍ତ ଅଫିସିଆଲ୍ ୱାଟ୍ସଆପ୍ ଗ୍ରୁପ୍ ଛାଡ଼ିବେ  ଓ  ୧ ଜୁଲାଇ ୧ ତାରିଖ ଠାରୁ  ସାମୂହିକ ଛୁଟିରେ ଯିବେ ବୋଲି ସଂଘ ର ସଭାପତି ଶ୍ରୀ ସୁଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ, ମାନସ ରଞ୍ଜନ ପରିଡା, ତପନ କୁମାର ଦେହୁରୀ, ଭକ୍ତିଲତା ଖମାରି, ଦୀପ୍ତି ମୟୀ ସାହୁ, ସନ୍ଦୀପ ପରିଡା, ସୁଶାନ୍ତ ସାମଲ, ଦୀପ୍ତି ମୟୀ ରାଉତ, ନକୁଳ କୁମାର ସେଠୀ, ବୀଜୟ ହୋ, ମନୋରଞ୍ଜନ ନାୟକ, ବିଶ୍ଵନାଥ ସାହୁ, ଗାୟତ୍ରୀ ସାହୁ, ଜ୍ଞାନେନ୍ଦ୍ର ନାୟକ, ସଞ୍ଜୟ କୁମାର ପେରେଇ,  ଛନ୍ଦା ଚରଣ ଓଝା, ଶ୍ଵେତ ରୂପା ଜେନା, ରତ୍ନ ମଣି ଦାସ, ଅନିସ କୁମାର ରାଉତ ବୀଜୟ ଲକ୍ଷ୍ମୀ ନାଇକ ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ