ଆଖଣ୍ଡଳେଶ୍ଵର ମହାଦେବଙ୍କର ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଧାମନଗର (ଓ୍ବାଇଏନଏସ): ଧାମନଗର ଥାନା ପରିସରରେ ନୂତନ ଭାବେ ନିର୍ମିତ ଆଖଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ଉତ୍ସବ ସୋମବାର ପୂର୍ଣ୍ଣାହୁତି ସହ ଉଦ୍‌ଯାପିତ ହୋଇଥିଲା।ଥାନା ଅଧିକାରୀ ଶୁଭ୍ରଜିତ ଦାଶ ଓ ତାଙ୍କ ପତ୍ନୀ ରଶ୍ମିତା ଦାଶ କର୍ତ୍ତା ଭାବେ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରଥମ ଦିନ ଅଧିବାସ,କଳସ ଶୋଭାଯାତ୍ରା ଓ ବିଭିନ୍ନ ବୈଦିକ ନୀତିକାନ୍ତି ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ଦିନ ହରିନାମ ସଙ୍କୀର୍ତ୍ତନ,ଭଜନ ଓ ବେଦମନ୍ତ୍ର ଧ୍ୱନି ମଧ୍ୟରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ଶେଷଦିନ ଯଜ୍ଞ,ହୋମ,ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ସହ ଉତ୍ସବର ସମାପନ ହୋଇଥିଲା। ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ବାମନ ଚରଣ ତ୍ରିପାଠୀ ଓ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ସମସ୍ତ ବୈଦିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପିତାମ୍ବର ଅଗସ୍ତି,ଅଭୟ ପଣ୍ଡା,କାର୍ତ୍ତିକ ଚନ୍ଦ୍ର ପଣ୍ଡା,ବିପ୍ଳବ ପଣ୍ଡା ଓ ବିଦ୍ୟାଧର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ବିନୋଦ ନାୟକ,ବିଜେଡି ନେତା ସଞ୍ଜୟ କୁମାର ଦାସ,ପ୍ରତାପ ସାମଲ,ସୁଶାନ୍ତ ରାଉତ,ନିତ୍ୟାନନ୍ଦ ଦାଶ,ସୂର୍ଯ୍ୟକାନ୍ତ ନାୟକ,ବିଜେପି ନେତା ଅଶୋକ ପୁହାଣ,ଅରବିନ୍ଦ ପତି,କୈଳାସ ଚନ୍ଦ୍ର ମହାପାତ୍ର,ମନୋଜ ମଲ୍ଲିକ,ପ୍ରୀତମ ଦାସ,ପ୍ରଫୁଲ୍ଲ ପାତ୍ର,କଂଗ୍ରେସ ନେତା ସଞ୍ଜୟ କୁମାର ମିଶ୍ର,ପ୍ରମୋଦ ସ୍ୱାଇଁ,ବରିଷ୍ଠ ନାଗରିକ ପରିଷଦର କର୍ମକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି,ସମାଜସେବୀ ଓ ବୁଦ୍ଧିଜୀବୀ ସାମ୍ବାଦିକ ବନ୍ଧୁ  ପ୍ରମୁଖ ଯୋଗଦେଇ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କକରିଛନ୍ତି। ସନ୍ଧ୍ୟାରେ ଭଦ୍ରକ ଏଏସପି ଅଂଶୁମାନ ଦ୍ୱିବେଦୀ,ଅରୁପ ଅଭିଷେକ ବେହେରା,ପଡୋଶୀ ଜିଲ୍ଲା ଯାଜପୁର ଏଏସ୍‌ପି ପୁଷ୍ପାଲତା ବାରିକ,ଏସ ଡି ପି ଓ ବିଷ୍ଣୁ ଚରଣ ବାରିକ,ତହସିଲଦାର ଜ୍ଞାନରଞ୍ଜନ ସାହୁ,ବିଡିଓ ବନବିହାରୀ ଦିନ୍ଦା,ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ଭଣ୍ଡାରିପୋଖରୀ ଆଇଆଇସି ରାଜଲକ୍ଷ୍ମୀ ନାୟକ,ପୁରୁଣା ବଜାର ଥାନା ଆଇଆଇସି ଏବଂ ସାଇବର ଥାନା ଅଧିକାରୀ,ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ୱାଶତ ନନ୍ଦି ପ୍ରମୁଖ ଯୋଗ ଦେଇ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏସଆଇ ନାରାୟଣ ନାୟକ,ରସ୍ମିତା ମଲ୍ଲିକ,ମହେଶ୍ବର ପ୍ରଧାନ,ଏଏସଆଇ ସୁଜିତ ରାଉତ,ନରେନ୍ଦ୍ର ରାଉତ,କଳ୍ପନା ରାଉତ,ସୁନିତା ହେମ୍ରମ,କନେଷ୍ଟବଳ ନିଳମଣି ବିଳାସ ଓ ଅନ୍ୟ  କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଥାନା ତରଫରୁ ସମସ୍ତଙ୍କ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ