ସ୍କୁଟି ଉପରେ ଚଢିଗଲା କାର : ନାବାଳକ ସମେତ ୨ ଗୁରୁତର

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ପୁରୁଣା କଚେରୀ ନିକଟସ୍ଥ ବାଇପାସ ରୋଡରେ ଥିବା ଶୈାଚାଳୟ ସମ୍ମୁଖ ରାସ୍ତାରେ ଏକ ସ୍କୁଟି ଉପରେ ଅନ୍ୟ ଏକ କାର ହଠାତ ଚଢିଯିବାରୁ ଜଣେ ୩ବର୍ଷର ନାବାଳକଙ୍କ ସମେତ ତାଙ୍କ ମା’ ଓ ବାପା ଗୁରୁତର ହୋଇଛନ୍ତି। ନାବାଳକ ଓ ତାଙ୍କ ପିତାମାତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ନେବାରୁ ଜଣାପଡିଛି ଯେ ଆମବାଡି ବସ୍ତିର ଜରତାବ ଖାନଙ୍କ ପୁଅ ଅଦନାନ ରଜା ଖାନ(୩) ନାମକ ନାବାଳକଟି ତାଙ୍କ ବାପା ଓ ମା’ଙ୍କ ସହ ଡାକ୍ତରଙ୍କୁ ଦେଖାଇ ସ୍କୁଟିରେ ବସି ଘରକୁ ଫେରୁଥିଲେ। ସନ୍ଧ୍ୟା ୭ଟା ବେଳେ ହଠାତ ଏକ କାର କଚେରୀ ପାଶ୍ୱର୍ରୁ ଦ୍ରୁତ ଗତିରେ ବାଇପାସ ରୋଡରେ ପ୍ରବେଶ କରି ସ୍କୁଟିକୁ ଘୋଷାରୀ ନେଇ ଶୈାଚାଳୟ ଆଡକୁ ମାଡି ଯାଇଥିଲା। ଫଳରେ ନାବାଳକ ଜଣଙ୍କ କାର ତଳେ ରହିଯାଇଥିବା ବେଳେ ତାଙ୍କ ପିତାମାତା ସ୍କୁଟିରୁ ଛିଟିକି ପଡି ଗୁରୁତର ହୋଇଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଚାଳକକୁ ଗିରଫ କରି ଥାନାକୁ ନେଇଥିଲେ। ଖବରପାଇ ସ୍ଥାନୀୟ କାଉନସିଲର ସେକ ଅସଲମ ଡାକ୍ତରଖାନା ପହଞ୍ଚି ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ