ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନର ଏକାଦଶ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦମୃତ୍ ନୃତ୍ୟୟନର ଏକାଦଶ ବାର୍ଷିକ ଉତ୍ସବ ତଥା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା ମହାସମାରୋହରେ ଆୟୋଜିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ପଦାମୃତ ନୃତ୍ୟାୟନ୍ ଓ କ୍ରିଏଟିଭ ଆର୍ଟସର ମିଳିତ ଆନୁକୂଲ୍ୟରେ ଆୟୋଜିତ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା , ପ୍ରଥମେ ମୁଖ୍ୟ ଅତିଥି ପାରଳା ବିଧାୟକ ରୂପେଶ୍ ପାଣିଗ୍ରାହୀଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା. ପରେ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଉପରେ ଆଧାରିତ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା. ଆନ୍ଧ୍ର ଶିକାକୁଲମର ଶିବାଶ୍ରୀ ନୃତ୍ୟ କଳା ନିକେତନ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଚୂପୁଡ଼ି ନୃତ୍ୟ ସହ ପଦାମୃତ ନୃତ୍ୟାୟନ କଳାକାରଙ୍କ ତରଫରୁ ଚଢ଼େୟା, ଚଢ଼େୟାଣୀ, ଲାଭନୀ, ସମ୍ବଲପୁରୀ ଏବଂ ପଲ୍ଲୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା. ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ଅନ୍ୟତମ ଅତିଥି ଭାବେ ପାରଳା ମୁନିସିପାଲିଟି ଚେୟାରମ୍ୟାନ ନିର୍ମଳା ସେଠୀ, ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ. ଆଦର୍ଶ ଦାସ ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ବିନ୍ଦୁପ୍ରୀୟା ବେହେରା, ପ୍ରିତିପ୍ରୀୟା ବେହେରା ସଂଯୁକ୍ତା ବେହେରା, ଘନଶ୍ୟାମ ବେହେରାସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


