ନାଉଗାଁରେ ହିନ୍ଦୁ ସମ୍ମିଳନୀ
ନାଉଗାଁ,୧୦।୨: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଗନ୍ଧଣ ଗ୍ରାମର ମା’ ସାଥିଭଉଣୀ ମନ୍ଦିର ପରିସରରେ ସମଗ୍ର ହିନ୍ଦୁ ପରିଷଦ ତରଫରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗୁରୁ ଚରଣ ବିଶ୍ୱାଳ, ଗୌରାଙ୍ଗ ଚରଣ ଦାସ , ବଂଶୀଧର ଆଚାର୍ୟ୍ୟ, ସୁଶ୍ରୀ ସୋନାଲି ଦାସ, ଜିଲ୍ଲା ସଙ୍ଘ ଚାଳକ ସୁରେଶ ଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇ ହିନ୍ଦୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ଆଖପାଖ ଅଞ୍ଚଳର ଛଅ ଶହରୁ ଉର୍ଦ୍ଧ୍ୱ ହିନ୍ଦୁ ପ୍ରେମୀ ଯୋଗ ଦେଇଥିବା ବେଳେ ସଭାକୁ ପ୍ରଶାନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ।


