ବିଜେପି କାଯ୍ୟଳୟରେ ସମର୍ପଣ ଦିବସ ପାଳିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବିଜେପି କାର୍ଯ୍ୟାଳୟ ଠାରେ ବଞ୍ଚୋ ମଣ୍ଡଳ ଓ ହାଟଡିହି ମଣ୍ଡଳ ଦ୍ୱାରା ପଣ୍ଡିତ ଦିନ ଦୟାଲ ଉପାଧ୍ୟୟଙ୍କ ମହାପ୍ରୟାଣ ଦିବସକୁ ସମର୍ପଣ ଦିବସ ଭାବେ ପାଳିତ ହୋଇଯାଇଛି l ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ଦୀପକ ଯେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ସମ୍ପାଦକ ଦୀପକ ଯେନା, ଅଶୋକ ସାହୁ, ଜିଲ୍ଲା କୃଷକ ମୋର୍ଚାର ସାଧାରଣ ସମ୍ପାଦକ ରାଜେଶ ସିଂ, ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ ପ୍ରମୁଖ ଯୋଗଦେଇ ଦିନ ଦୟାଲ ଉପାଧ୍ୟୟଙ୍କ ଜୀବନାଦର୍ଶ ଏବଂ ଅଧୁନା ସମାଜରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ଅନୁଷ୍ଠିତ ଏହି ଦିବସରେ ଶତାଧିକ କର୍ମକର୍ତ୍ତା ଯୋଗଦେଇ ଫଟୋ ଚିତ୍ରରେ ଫୁଲ ହାର ଅର୍ପଣ କରିଥିଲେ l ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ମିନତୀ ଧଳ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ହାଟଡିହି ବ୍ଲକର ସାଂସଦ ପ୍ରତିନିଧି ହରମୋହନ ଶାସିନୀ ଧନ୍ୟବାଦ ଅର୍ପଣ କରିଥିଲେ l ତପସ୍ୱିନୀ ସାମନ୍ତରାୟ, ସୁଶାନ୍ତ ଯେନା, ଦେବାଶିଷ ସେନାପତି, ଚତୁର୍ଭୁଜ ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ବିପିନି ମଲ୍ଲିକ, ବସନ୍ତ ନାୟକ, ସୁନୀଲ ନାୟକ, କାହ୍ନୁ ଚରଣ ଖଟୁଆ, ସୁରେନ୍ଦ୍ର ସାହୁ, ଅଭିନାଶ ସେଠୀ, ବିଜୟ ଲଷ୍ମୀ ଯେନା, କୃଷ୍ଣ ଚନ୍ଦ୍ର ନାୟକ, ସନ୍ତୋଷ ପରିଡା, ସଞ୍ଜୟ ଯେନା, ଶଶିକାନ୍ତ ନାୟକ, ଅଭିରାମ ମହାପାତ୍ର, ଗୋପବନ୍ଧୁ ପଣ୍ଡା, ଦୀପକ ବେହେରା, ଗୋପାଳକୃଷ ମହାନ୍ତି, ଚନ୍ଦ୍ର ଶେଖର ଯେନା, ପ୍ରଶାନ୍ତ ସାହୁ, ନିରଞ୍ଜନ ଦ୍ବିବେଦୀ, ବଳରାମ ରାଉତଙ୍କ ସମେତ ଶତାଧିକ କର୍ମକର୍ତା ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ