ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକା: ନିମ୍ନମାନର କାମକରି ଓ ୬ଲକ୍ଷର ଅନୁବାନ ହରିଲୁଟ ଅଭିଯୋଗ
ହାଟଡିହି (ଓ୍ବାଇଏନଏସ) : ଯନ୍ତ୍ରୀ ଠିକାଦାର ସଲାସୁତୁରାରେ ନିମ୍ନ ମାନର କାମ କରି ୬ଲକ୍ଷ ଟଙ୍କାର ଅନୁବାନ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ୫ମାସ ତଳେ ମରାମତି ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଦେଖିଲେ ଅନୁଦାନ ଅର୍ଥ ହରିଲୁଟର ସ୍ପଷ୍ଟ ଅନୁମେୟ ହେଉଛି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ଗ୍ରାମରେ।ଏହା ଏକ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଗାଁରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା। ଏହା ପୁରୁଣା ହୋଇଯିବାରୁ ରଙ୍ଗ ଛାଡ଼ିଯିବା ସହିତ କିଛି ସ୍ଥାନରେ ଭାଙ୍ଗି ରୁଜି ଯାଇଥିଲା। ଏହାର ମରାମତି ଆବଶ୍ୟକ ଥିବାରୁ ଗତ ୨୦୨୪/୨୫ ଆର୍ଥିକ ବର୍ଷରେ ଏହାକୁ ମରାମତି ପାଇଁ ବ୍ଲକ ପକ୍ଷରୁ ୬ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ନାମରେ କାମର କାର୍ଯ୍ୟାଦେଶ ଥିବା ବେଳେ ଗତ ଅକ୍ଟୋବର ମାସରେ ସ୍ଥାନୀୟ ଲୋକଙ୍କୁ ଧରି କାମ କରାଇ ଥିଲେ। କିନ୍ତୁ ରାଧେ ରାଧେ ତୁମର ଅଧେ କୁ ମୋର ଅଧେ ନୀତିରେ କାମ ହେବାରୁ ମାତ୍ର ଦିନ କେଇଟା ଭିତରେ ହୋଇଥିବା ରଙ୍ଗ ଧୋଇ ଯାଇଥିବା ବେଳେ ପୂର୍ବରୁ ସୃଷ୍ଟି ହୋଇଥିବା ଫାଟୁ ବି ମେଲା ପଡିଛି। ଘରଟିର ପଛପାଖ ରଙ୍ଗ ହୋଇନଥିବା ବେଳେ ଯେଉଁ ଭଙ୍ଗା ଥିଲା ତାହା ମରାମତି ହୋଇନି ବୋଲି ଗ୍ରାମର ଗୋପାଳ ସେଠୀ, ଅନ୍ତର୍ଯ୍ୟାମୀ ସାହୁ, ଶ୍ରୀଧର ଜେନା, ନରହରି ଜେନା, ନଟବର ମହାରଣା, ମାୟାଧର ପଣ୍ଡା, ହଳଧର ପଣ୍ଡା, ନରହରି ପତି, ଶଙ୍କର୍ଷଣ ପଣ୍ଡା, ଭରତ ଶତପଥୀ, ସାଧୁ ଚରଣ ନନ୍ଦ, ନିରଞ୍ଜନ ନନ୍ଦ, ଯୁଧିଷ୍ଠିର ପଣ୍ଡା, ଖଗେଶ୍ୱର ସାହୁ, ନିରୁପମା ନନ୍ଦ, ଅନ୍ନପୂର୍ଣ୍ଣା ପଣ୍ଡା, ଦ୍ରୌପଦୀ ମହାରଣା, ବାସନ୍ତୀ ପଣ୍ଡା, ପାର୍ବତୀ ସାହୁ, ସବିତା ରାଣୀ ଜେନା, ପାର୍ବତୀ ଜେନା, ବାସନ୍ତୀ ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୋଗ ପରେ ପରେ କାମ କରୁଥିବା ଲୋକେ ସୂଚନା ଫଳକକୁ ଭାଙ୍ଗି ଦେଇଛନ୍ତି। ମୋଟା ଆଙ୍କର ପିସି ନେଇ ଯନ୍ତ୍ରୀ ଠିକାଦାରକୁ ଅନୁକମ୍ପା ଦେଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଓ କଣ୍ଟ୍ରାକ୍ଟର ଏହାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟ ପଟେ ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରି କାମର ଅନୁଧ୍ୟାନ କରିବା ସହ ଯନ୍ତ୍ରୀଙ୍କୁ ପଠାଇ କାମକୁ ସୁନିଶ୍ଚିତ କରିବେ ବୋଲି କହିଛନ୍ତି।


