ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକର ପ୍ରାଥମିକ ଶିକ୍ଷକ ଓ ମାଧ୍ୟମିକ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ମଠକପୁଣ୍ଡି ମିନି ଷ୍ଟାଡିଅମ ରେ ଗତ ୧୪ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଗତ ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ସହୀଦ ହୋଇଥିବା ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆୟୋଜିତ ଏହି ମ୍ୟାଚକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଜେନା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପ୍ରାଥମିକ ଶିକ୍ଷକଙ୍କ ଅଧିନାୟକ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ l ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ନିର୍ଦ୍ଧାରିତ ୧୨ ଓଭରରେ ୪ ଗୋଟି ଉଇକେଟ ହରାଇ ୨୦୩ ରନ କରିଥିଲେ l ୨୦୪ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓଲ୍ହାଇଥିବା ପ୍ରାଥମିକ ଶିକ୍ଷକ ଦଳ ୧୨ ଓଭରରେ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା l ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମାନେ ଏହି ମ୍ୟାଚକୁ ୬୪ ରନରେ ବିଜୟ ହାସଲ କରିଥିଲେ l ମୁଖ୍ୟ ଅତିଥି ଏବିଇଓ ପୂର୍ଣ୍ଣଚନ୍ଦ୍ର ଜେନା ଉଭୟ ବିଜୟୀ ଦଳ ଓ ରନର୍ସ ଅପ ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ଅମ୍ପାୟାର ଭାବେ ଖେଳ ଶିକ୍ଷକ ପଦ୍ମନାଭ ସାମଲ ଓ ସୌମ୍ୟ ରଞ୍ଜନ ସାହୁ ପରିଚାଳନା କରିଥିଲେ l ଏହି ମ୍ୟାଚଟି ହାଟଡିହି ବ୍ଲକର ଶିକ୍ଷକ ଦେବାଶିଷ ବାରିକ, ସୁମନ୍ତ ନାୟକ, ରାଜେନ୍ଦ୍ର ବଳ, ଆକାଶ କୁମାର ସାହୁ, ସତ୍ୟନାରାୟଣ ଗିରି, ଅଞ୍ଜନ ଦାସ, ବିନୟ ଜେନା, ଆଲୋକ ନାଥ, ଗଣେଶ କୁଅଁର, ସନ୍ତୋଷ ସାହୁ, ଆଶୁତୋଷ ପହି, ଭଗବାନ ସେଠି, ଶ୍ରୀକାନ୍ତ ଦାସ, ସ୍ୱାଧୀନ, ଲଷ୍ମୀଧର ଜେନା, ଦୀପ୍ତି ରଞ୍ଜନ ପଣ୍ଡା, ପ୍ରଦୀପ ଦେହୁରୀ, ବ୍ରଜକିଶୋର ସ୍ୱାଇଁ, କୃଷ୍ଣଚନ୍ଦ୍ର ରାଉତ, ଭଗବାନ ଦାସ, ପ୍ରକାଶ ଦାସ, ସତ୍ୟବ୍ରତ ସାହୁ ଆଦି ମିଳିତ ସହଯୋଗ ରେ ସଫଳତା ହାସଲ କରିଥିଲା l