ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବୈକୁଣ୍ଠ ବେହେରାଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏ): ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବୈକୁଣ୍ଠ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ତାଙ୍କ ବଞ୍ଚୋ ସ୍ଥିତ ବାସଭବନରେ ଥିବାବେଳେ ଆଜି ସକାଳେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ସତ୍ୟନାରାୟଣ ବେହେରା, ଭାଇ କାର୍ତ୍ତିକେଶ୍ୱର ବେହେରା, ଝିଅ ପ୍ରତିଭା ବେହେରା, ରେତପ୍ରଭା ବେହେରା , ପୁତୁରା କୁଳମଣି ବେହେରା , ସୂର୍ଯ୍ୟମଣୀ ବେହେରା , ଦେବାଶିଷ ବେହେରା , ସୁବାଶିଷବେହେରା , ସିପୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ,  ସମୟନୁରାଗୀ ଓ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ସେ ସରିଦା, ବଞ୍ଚୋ, ଗୋପାଳପୁର, ଶାସଙ୍ଗ, ଦଧିବାବନପୁର ପ୍ରଭୃତି ସ୍କୁଲରେ ଶିକ୍ଷକତା କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକ ଖବର ପାଇ ପୂର୍ବତନ ସରପଞ୍ଚ ଛବିନ୍ଦ୍ର ନାୟକ, ପୂର୍ବତନ ସମିତିସଭ୍ୟ ଅକ୍ଷୟ କୁମାର ବରାଳ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଶିକ୍ଷାବିତ ସୁଧାଂଶୁ ରାଉତ, କୃଷ୍ଣଚନ୍ଦ୍ର ରାଉତ, ମୁକେଶ ରାଉତ, ଅଶୋକ ପଟ୍ଟନାୟକ, ଯଦୁମଣି ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ପରଲୋକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ମାୟାଧର ଜେନା, ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ମାଧ୍ୟାନ୍ନରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ବୈତରଣୀ ନଦୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା। ପୁଅ ସତ୍ୟନାରାୟଣ ମୁଖାଗ୍ନି ଦେଇଥିବା ବେଳେ ଅନେକ ଗ୍ରାମବାସୀ ଓ ବନ୍ଧୁ ପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ