ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର
ଛତ୍ରପୁର(ଓ୍ବାଇଏନଏସ): ଛତ୍ରପୁର ଥାନା ଅଧିନ ପୋଡାପଦର ବଡ଼ଶଙ୍ଖ ନିକଟ କେନାଲରୁ ନିଖୋଜ ହୋଇଥିବା ଯୁବକଙ୍କ ମୃତ ଶରୀର ଉଦ୍ଧାର। ବହୁ ଘଣ୍ଟା ଧରି ଅଗ୍ନିଶମ ବାହିନୀର ଖୋଜାଖୋଜି ପରେ ଯୁବକର ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା। ନିଖୋଜ ଯୁବକ ଜଣକ ତରେଇପାଟପୁର ଗ୍ରାମର ଜି. ଏଙ୍କେଟ ରାଓ ବୋଲି ଜଣାପଡିଛି l ନିଖୋଜ ଯୁବକ ଜଣକଙ୍କ ଶଙ୍ଖ ତଳେ ଚପଲ ଓ ଗାଡି ରହିଥିବା ନେଇ ସନ୍ଦେହ ଜାତ ହେବା ପରେ ପୁଲିସ ଓ ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିଲା l ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପାଣିରେ ସନ୍ଧାନ ଜାରିରଖିଥିଲେ । ଗ୍ରାମବାସୀ ଓ ପରିବାର ଲୋକଙ୍କ ମଧ୍ୟ ବିଭିନ୍ନ ସ୍ଥାନ ରେ ମଧ୍ୟ ଖୋଜାଖୋଜି ଜାରି ରଖିଥିଲେ । ଗତକାଲି ଜି . ଏଙ୍କେଟ ସୁନ୍ଦରପୁର ଯାତ୍ରା ଦେଖି ପରେ ତାଙ୍କ ବାଇକ ଯୋଗେ ମଲାଡ଼ ଶ୍ୱଶୁର ଘର ଯାଉଥିବା ବେଳେ ଏପରି ଆଘଟଣ ହୋଇଥିବା ଅନୁମାନ କରାଯାଉଛି। ବାଇକ ସହ ଏଙ୍କେଟ ଭରସାମ୍ୟ ହରାଇ ଗଳାଶଙ୍ଖ ଥିବା ଗଭୀର ପାଣିରେ ପଡ଼ିଥିବା ଅନୁମାନ କରାଯାଉଛି l ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି।


