୮ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୬୧୯ଜଣ ପରୀକ୍ଷାର୍ଥୀ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ତାରିଖ ଠାରୁ ଆରମ୍ଭ ହେବ। ଏଥର ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ଅଧୀନରେ ୧ହଜାର ୬ଶହ ୧୯ଜଣ ଛାତ୍ର, ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ।ସେଥି ମଧ୍ୟରେ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୨୮୦ଜଣ, ସତ୍ୟ ନାରାୟଣ ବିଦ୍ୟାପୀଠ, ବାଲିଆ ୨୦୬ଜଣ, ନୟାହାଟ ଉଚ୍ଚ ବିଦ୍ୟାଳୟ ୨୩୫ଜଣ, ଗୋପିକାନ୍ତପୁର ଉଚ୍ଚ ବିଦ୍ୟାଳୟ, ଗୋପିକାନ୍ତପୁର ୧୭୦ଜଣ, ବରୁଣେଇ ଉଚ୍ଚ ବିଦ୍ୟାଳୟ, ପାଟପୁର ୧୫୯ଜଣ, କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ୨୫୩ଜଣ, ଲତାହରଣ ଉଚ୍ଚ ବିଦ୍ୟାଳୟ ୧୭୯ଜଣ ଓ ବୀରଭ୍ରଦପୁର ନୋଡାଲ ବିଦ୍ୟାପୀଠ ବାଙ୍ଗୁରିଗାଁ ୧୩୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।ପରୀକ୍ଷା କୁ ଅଳ୍ପ କିଛି ଘଣ୍ଟା ବାକିଥିବା ବେଳେ ଜିଲ୍ଲା ଶିକ୍ଷାବିଭାଗ ପ୍ରସ୍ତୁତି କୁ ଜୋରଦାର କରିଛି। ପରୀକ୍ଷା ପରିଚାଳନା ପାଇଁ ନିୟୋଜିତ ସୁପରିଟେଣ୍ଡ ମାନଙ୍କୁ ବୋର୍ଡ ପକ୍ଷରୁ ତାଲିମ୍ ଦିଆସରିଛି। ସ୍ୱଚ୍ଛ ପରୀକ୍ଷା ପରିଚାଳନା ଓ ପ୍ରଶ୍ନପତ୍ର ସୁରକ୍ଷା କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ପୁରୀ ଜିଲ୍ଲା ପିଏମ୍ ଶ୍ରୀ କାକଟପୁର ସରକାରୀ  ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ଅଧୀନ ୮ଟି ପରୀକ୍ଷା କେନ୍ଦ୍ରରେ ୧୬୧୯ଜଣ ଛାତ୍ର, ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ।  ପ୍ରତି ପରୀକ୍ଷା କେନ୍ଦ୍ର ପାଇଁ ଜଣେ ଲେଖାଏଁ ସେଣ୍ଟର ସୁପରିଣ୍ଟେଣ୍ଡଣ୍ଟ ନିଯୁକ୍ତ କରାଯାଇଛି। ୧୯ତାରିଖ ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ ଟା ୩୦ମିନିଟରେ ସରିବ। ଗଣିତ ପରୀକ୍ଷା ପାଇଁ କେବଳ ୧୫ମିନିଟ ସମୟ ଦିଆଯିବ। ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କୁୱାର୍ଡ, ରାଜ୍ୟ ସ୍ତରୀୟ ସ୍କୁୱାର୍ଡ, ଜିଲ୍ଲା ସ୍ତରୀୟ ସ୍କୁୱାର୍ଡ ଓ ଫ୍ଲାଇଂ ସ୍କୁୱାର୍ଡ ଏପରି ୪ସ୍ତରୀୟ ସ୍କୁୱାର୍ଡ ବ୍ୟବସ୍ଥା କରାଯାଇଛି।ପରୀକ୍ଷାର ପ୍ରାୟ ୧ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ସିସିଟିଭି ସର୍ଭେଲାନ୍ସ ରେ ସମସ୍ତ ପରୀକ୍ଷା କେନ୍ଦ୍ର ରହିବ। ପରୀକ୍ଷା କେନ୍ଦ୍ର ଗୁଡିକରେ ଲାଗିଥିବା କ୍ୟାମେରା, ବୋର୍ଡ କ୍ୟାମେରା ସହ ଲିଙ୍କ କରାଯାଇଛି। ଫଳରେ ବୋର୍ଡ କାର୍ଯ୍ୟାଳୟରେ ମଧ୍ୟ ପରୀକ୍ଷା ପରିଚାଳନା ସମ୍ବଦ୍ଧିୟ ସମସ୍ତ ଗତିବିଧି ନିରୀକ୍ଷଣ କରିହେବ। ପରୀକ୍ଷା କେନ୍ଦ୍ର କୁ ମୋବାଇଲି ଫୋନ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ପରୀକ୍ଷା କେନ୍ଦ୍ର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ, କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲି ଫୋନ ରଖିପାରିବେ ନାହିଁ। ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡଣ୍ଟ ପରୀକ୍ଷା ପରିଚାଳନା କରିବା ପାଇଁ କେବଳ ମୋବାଇଲି ବ୍ୟବହାର କରି ପାରିବେ। ତାହାକୁ ସେ କେନ୍ଦ୍ରର ଏକ ନିଦ୍ଧିଷ୍ଟ ସ୍ଥାନରେ ସାଇଲେଣ୍ଟ ମୋଡ଼ରେ ରଖିବେ। ସେଣ୍ଟର ହୋଇଥିବା ସ୍କୁଲର ପ୍ରଧାନଶିକ୍ଷକ ସୁପରିଣ୍ଟେଣ୍ଡଣ୍ଟ ଭାବେ ପରୀକ୍ଷା ପରିଚାଳନା କରିବେ ଏବଂ ସେମାନଙ୍କୁ ଆଉ ୨ଜଣ ଅତିରିକ୍ତ ସୁପରିଣ୍ଟେଣ୍ଡଣ୍ଟ ସହଯୋଗ କରିବେ। ଛାତ୍ର, ଛାତ୍ରୀ ମାନେ ପାଖ ସ୍କୁଲରେ ହୋଇଥିବା କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରତି ପରୀକ୍ଷା କେନ୍ଦ୍ର ଜଣେ ଲେଖାଏଁ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱରେ ରହିବ।ପିଏମ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ପୁଲିସର ୨୪ଘଣ୍ଟିଆ କଡା ପ୍ରହରାରେ ରହିବ।ପରୀକ୍ଷା ଦିନ ସକାଳୁ ଏହିସବୁ ନୋଡାଲ ସେଣ୍ଟର ରୁ କଡା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପରୀକ୍ଷା କେନ୍ଦ୍ର କୁ ପଠାଯିବ। ପ୍ରଶ୍ନପତ୍ର ରେ କ୍ୟୁଆର କୋଡ଼ ରହିବ। ଫଳରେ ପ୍ରଶ୍ନପତ୍ର ଯେଉଁ କେନ୍ଦ୍ର ଓ ଯେଉଁ ଛାତ୍ର, ଛାତ୍ରୀ ଙ୍କଠୁ ଭାଇରାଲ ହେବ ତାହା ଜଣାପଡିବ। ଧରା ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ନୋଡାଲ ସେଣ୍ଟର ଅଧିକାରୀ ପ୍ରତାପ କୁମାର ରାଉତ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ