ମତ୍ସ୍ୟଜିବିଙ୍କ ପାଇଁ ସମୁଦ୍ରରେ ଜୀବନର ସୁରକ୍ଷା ପାଇଁ ଦକ୍ଷତା ବିକାଶ ତାଲିମ

ଛତ୍ରପୁର,(ଓ୍ବାଇଏନଏସ): ପ୍ରତ୍ୟେକ ଜୀବନ ଅତି ମୂଲ୍ୟବାନ, ସରକାର ଜିରୋ କାଜୁଆଲଟି ଉପରେ ମୁଖ୍ୟ ଫୋକସ ଦେଇଥାନ୍ତି । ଛତ୍ରପୁର ଓ ଗଞ୍ଜାମ ବ୍ଲକର ସାମୁଦ୍ରିକ ଗ୍ରାମର ବହୁ ମତ୍ସ୍ୟଜିବି ଦୈନିକ ମାଛ ଧରିବା ପାଇଁ ଦୈନିକ ଡଙ୍ଗା ଯୋଗେ ସମୁଦ୍ରକୁ ଯାଇଥାନ୍ତି । କିନ୍ତୁ ସେମାନେ ସମୁଦ୍ରକୁ ଯିବାସମୟରେ ଲାଇଫ ଜ୍ୟାକେଟ ପରିଧାନ କରିନଥାନ୍ତି, ବେଳେ ବେଳେ କୈାଣସି କାରଣ ବସତଃ ସମୁଦ୍ରରେ ଉଚ୍ଚଜୁଆର ଆସିଲେ ଡଙ୍ଗା ଓଲଟି ମତ୍ସ୍ୟଜୀବିଙ୍କ ମୃତ୍ୟୁ ହୋଇଥାଏ । ତେଣୁ ସମୁଦ୍ରରେ ଜୀବନର ସୁରକ୍ଷା ନେଇ ଓଡିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ବିଶାଖାପାଟଣା ସ୍ଥିତ ସିଫନେଟ ସଂସ୍ଥା ପକ୍ଷରୁ ହୁମ୍ମା ଠାରେ ଦିନିକିଆ ମତ୍ସ୍ୟଜୀବୀଙ୍କ ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୁଦ୍ରରେ ଜୀବନ ସୁରକ୍ଷା ଏକ କର୍ମଶାଳା ଅନୁ ିତ ହୋଇଥିଲା । ଏଥିରେ ବିଭିନ୍ନ ଅଚଂଳରୁ ୫୦ରୁ ଉର୍ଦ୍ଧ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଉପସ୍ଥିତ ରହିଥିଲେ । ସମୁଦ୍ରକୁ ଯିବା ସମୟରେ ସେମାନଙ୍କ ସୁରକ୍ଷା ପାଇଁ କଣ ସବୁ ଉପକରଣ ବ୍ୟବହାର କରିବେ ସେନେଇ ସେମାନଙ୍କୁ ଏହି କର୍ମଶାଳାରେ କୁହାଯାଇଥିଲା । କାର୍ଯ୍ୟକ୍ରମରେ ଛତ୍ରପୁର ସାମୁଦ୍ରିକ  ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବୀଦତ ମହାନ୍ତି, ସହକାରୀ ମତ୍ସ୍ୟ ଅଧିକାରୀ ଅମୀୟ ରଞ୍ଜନ ନାୟକ, ସିଫନେଟ ମୁଖ୍ୟ ପ୍ରଶିକ୍ଷକ ଡକ୍ଟର ମହାଦେବ ରାମା କୋକାନେ, ପି.ରିଜେଶ, ଭିଏସ.ଶରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ