ପୋଲସରା ଆଇସିଡିଏସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କର୍ମଶାଳା

ପୋଲସରା (ଅନୀଲ କୁମାର ମହାରଣା):-ପୋଲସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ “ବେଟି ବଚାଓ, ବେଟି ପଢାଓ” ଏବଂ “ବାଲ୍ୟ ବିବାହ ମୁକ୍ତ ଭାରତ” ଯୋଜନା ଆନୁକୂଲ୍ୟରେ ଫେବୃଆରୀ ୧୯ ତାରିଖ ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲସରା ସିଡିପିଓ ତିଳୋତ୍ତମା ରାଉତ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ପୋଲସରା ପୋଲିସ ଥାନା ମହିଳା ସବ-ଇନସପେକ୍ଟର ମିଲନ ପ୍ରଧାନ, ଆଇନଜୀବୀ ଜମିର ଅଲ୍ଲିଖାନ୍, ୟୁବିଆଇ ବ୍ରହ୍ମପୁର ଶାଖାର ଆର୍ଥିକ ସୁରକ୍ଷା ପରାମର୍ଶଦାତା  ଦିଲ୍ଲୀପ କୁମାର ଦଳେଇ, ପୋଲସରା ସିଏଚସି ଆୟୁଷ ଡାକ୍ତର ଶୁଭ୍ରମୟୀ ପାଢ଼ୀ, ମିଶନ ଶକ୍ତି ମହିଳା ସଶକ୍ତିକରଣ ଅଧିକାରିଣୀ ବବିତା ମହାରଣା, ବିଇଓ କାର୍ଯ୍ୟାଳୟର  ନିରଞ୍ଜନ ବେହେରା, ପୂର୍ବତନ ସିଆରସିସି  ସୁନୀଲ କୁମାର ବେହେରା ଓ ଭାଗିରଥି ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ କର୍ମଶାଳାରେ ଯୋଗଦେଇଥିବା ଛାତ୍ରୀମାନଙ୍କୁ ଆଡଭୋକେଟ ଜମିର ଅଲ୍ଲି ଖାନ୍, ବ୍ୟାଙ୍କ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ ଓ ପୋଲସରା ଥାନା ପୋଲିସ ଉପ-ନିରୀକ୍ଷକ ମିଲନ ପ୍ରଧାନ ସାମ୍ପ୍ରତିକ ସମୟରେ ମୋବାଇଲର ବହୁଳ ବ୍ୟବହାର ଯୋଗୁଁ ବିଭିନ୍ନ ଉପାୟ ଅବଲମ୍ବନ କରି ସାଇବର ଅପରାଧୀ ବୃନ୍ଦ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଫସାଇ ଟଙ୍କା ଲୁଟ୍ କରିବାରେ ସକ୍ଷମ ହେବସହ  କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ବ୍ୟବହାର, ଅନଲାଇନ୍ ଟ୍ରାନଜେସନ ଓ ମୋବାଇଲରେ ତଥ୍ୟ ଆଦାନ ସମୟରେ ସତର୍କ ଓ ସଜାଗ ରହିବା ଦିଗରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ସୁରକ୍ଷା ସମ୍ପର୍କରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିତବିବା ତିନି ଜଣ କିଶୋରୀଙ୍କୁ ପ୍ରଶଂସା ପତ୍ର ସହ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ଷେତ୍ର ପରିଦର୍ଶିକା ସୁରଭି କୁସୁମ ଦାସ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ଦୁଇ ଜଣ  ପରିଦର୍ଶିକା ଜୟନ୍ତୀ ସାବତ ଓ ମୁକୁତା ଦେବୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ଆଶା ଓ କର୍ମଚାରୀ ବୃନ୍ଦ  ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ