ଚାରୁଚନ୍ଦ୍ର ମେମୋରିଆଲ୍ ଭଲି ଟୁର୍ଣ୍ଣାମେଣ୍ଟପ୍ରସ୍ତୁତି
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ଅଞ୍ଚଳର ସମାଜସେବୀ ଚାରୁଚନ୍ଦ୍ର ନାୟକଙ୍କ ଦ୍ୱୀତିୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଚାରୁଚନ୍ଦ୍ର ମେମୋରିଆଲ୍ ସର୍ବ ଭାରତୀୟ ଭଲି ବଲ ଟୁର୍ଣ୍ଣର୍ାମେଣ୍ଟ ୨୦,୨୧ ଦୁଇଦିନ ଧରି ଅନୁଷ୍ଠିତ ହେବ । କଲିକତା ସୁପର ସିକ୍ସ, ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ, ସୂର୍ଯ୍ୟଶିଖା କ୍ଲବ୍ ଭଦ୍ରକ, ରାଇଜିଂ କ୍ଲବ ରାଉଲକେଲା, ହରିୟାଣା ସ୍ପାଇକର, ଭୁବନେଶ୍ୱର ରେନବୋ ଦଳ ଅଂଶ ଗ୍ରହଣ କରିବା ନେଇ ଚାରୁଚନ୍ଦ୍ର ମେମୋରିଆଲ କମିଟିର ସମ୍ପାଦକ ସାଇସତ୍ୟ ନାୟକ ଖବରଦାତ୍ତା ସମ୍ମିଳନୀରେ ଜଣାଇଛନ୍ତି । କମିଟି ସଭାପତି କ୍ଷିତିଶ କୁମାର ନାୟକ, ଅମରେଶ ନାୟକ, ସୁରେଶ୍ୱର ବାରିକ, ପ୍ରଶାନ୍ତ ସାହୁ, ସରେଶ ନାୟକ, ତପନ ମଜମୁଦାର, ଶଶିକାନ୍ତ ସେଠୀ, ଅଜୟ କୁମାର ନାୟକ, ସାଇଶ୍ୱାସତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସକାଳେ ଗଭରପୁର ଠାରେ ଦ୍ୱିତୀୟ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବ । ଏଥିରେ ବହୁ ବିସିଷ୍ଟ ବ୍ୟକ୍ତି ଯୋଗଦାନ ପୂର୍ବକ ସ୍ମୃତିଚାରଣ କରିବେ ବୋଲି ଜୈଷ୍ଠ୍ୟପୁତ୍ର ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ ସୂଚନା ଦେଇଛନ୍ତି ।


