ଯୁବକଙ୍କୁ ସଙ୍ଗବନ୍ଧ ଭାବେ ହତ୍ୟା ଘଟଣାର ପର୍ଦାଫାଶ କଲା ଛତ୍ରପୁର ପୋଲିସ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଥାନା ଅନ୍ତର୍ଗତ ରିକାପଲ୍ଲୀ ଗେଟ ନିକଟରେ ଅରୁଗୁଣୀ ଗ୍ରାମ ର  ଆର. ରାଜା ରାଓ (୨୮) ନାମକ     ଯୁବକଙ୍କୁ ସଙ୍ଗବନ୍ଧ ଭାବେ ହତ୍ୟା ଘଟଣା ର  ପର୍ଦାଫାଶ କଲା ପୋଲିସ l   ମାମଲା ରୁଜୁ ର ୨୪ ଘଣ୍ଟା ନ ପୂରଣୁ  ୩ ଅଭିଯୁକ୍ତଙ୍କୁ ଧରି ଜେଲ ପଠାଇଲା ଛତ୍ରପୁର ପୋଲିସ l ସେମାନଙ୍କ ଠାରୁ ମୋବାଇଲ,  ଖଣ୍ଡା ଓ ୨ ଠେଙ୍ଗା ସହ ବିଭିନ୍ନ ସାମଗ୍ରୀ ଜବତ  କରାଯାଇଛି l  ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ଛତ୍ରପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଛତ୍ରପୁର ଏସଡ଼ିପିଓ ଚନ୍ଦନ କୁମାର ଘଡ଼ାଇ ଓ  ଥାନା ଅଧିକାରୀ ସାବ୍ୟସାଚି ମଲ୍ଲ l  ଅଭିଯୁକ୍ତ ମାନେ ହେଲେ ଛତ୍ରପୁର ସହରର ଦେବୀନଗର ସାହି ର ଚନ୍ଦନ ରାଉତ (୨୭) ଓ ତାଙ୍କ ଭାଇ ସୁନୀଲ ରାଉତ (୨୨)   ଏବଂ  ସହଯୋଗୀ ବ୍ୟାରେକ ସାହି ( ଚର୍ଚ୍ଚ ରୋଡ଼) ଅଂଚଳ ର ଆଶିଷ ବେହେରା ( ୨୨) ବୋଲି ପୋଲିସ ପକ୍ଷରୁ କୁହାଯାଇଛି   l    ପୂର୍ବରୁ ମଧ୍ୟ ଭଳିବଲ ଖେଳ ଅନ୍ୟାନ୍ୟ କାରଣ ଯୋଗୁଁ ମୃତ ରାଜା ଏବଂ ଅଭିଯୁକ୍ତ ମାନଙ୍କ ମଧ୍ୟ ରେ ବଚସା ଏବଂ ଝଗଡା ହୋଇଥିଲା l ଗୁରୁବାର ସନ୍ଧ୍ୟା ରେ ମଧ୍ୟ ରେ ଝଗଡା ହୋଇଥିଲା ପରବର୍ତୀ ସମୟରେ ରାଜା କୁ ସଙ୍ଗବନ୍ଧ ଭାବେ ଖଣ୍ଡା ଓ ଠେଙ୍ଗା ଆକ୍ରମଣ କରି ହତ୍ୟା କରାଯାଇଥିଲା l ଏନେଇ ମୃତ ରାଜା ଙ୍କ ଭାଇ ଆର. ଶ୍ରୀକାନ୍ତ ଏତଲା ଦାୟର କରିଥିଲେ l ଏତଲା କୁ ଭିତ୍ତିକରି ପୋଲିସ ଛତ୍ରପୁର  କେସ ନଂ ୭୨/୨୦୨୬ ରୁଜୁ କରିଥିଲା l ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଅଭିଯୁକ୍ତମାନଙ୍କୁ ଧରିବା ନିମନ୍ତେ ୨ଟି ଟିମ ଗଠନ କରାଯାଇଥିଲା l ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଟିମ ର ନେତୃତ୍ୱ ନେଇଥିଲେ l ଅଭିଯୁକ୍ତ ମାନଙ୍କୁ କଟକ ଅଂଚଳ ରୁ ଗିରଫ କରାଯାଇଥିଲା ବୋଲି ଏସ୍ଡ଼ିପିଓ ଶ୍ରୀ ଘଡ଼ାଇ କହିଥିଲେ l    ମୃତ ଏବଂ ଅଭିଯୁକ୍ତ ମାନେ ମଦ୍ୟପାନ କରନ୍ତି  ବୋଲି ପୋଲିସ କହିବା ସହିତ  ନିଶାକାରବାର କୁ ନେଇ ଏଭଳି ଘଟଣା ହୋଇଛି ବୋଲି ସାମ୍ବାଦିକ ଗଣ ଏସ୍ଡ଼ିପିଓ ଙ୍କୁ ପ୍ରଶ୍ନ କରିଥିବାରୁ  ପୋଲିସ ର ନିଶାକାରବାର ଉପରେ ତୀକ୍ଷଣ ନଜର ରଖଯାଇଛି ବୋଲି  କହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ