ଯକ୍ଷ୍ମା ରୋଗୀମାନଙ୍କୁ ବଣ୍ଟନ କରାଗଲା ଖାଦ୍ୟ ପ୍ୟାକେଟ

ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ବାଲେଶ୍ୱର ଆନୁକୂଲ୍ୟରେ ଜିଲ୍ଳାର ଚିକିତ୍ସାଧୀନ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖାର ସଚିବ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ଚକ୍ରଧର ଜେନା ପରିଚାଳନା କରିଥିବା ବେଳେ ଜିଲ୍ଲା ଜରୁରକାଳୀନ ଅଧିକାରୀ ଶ୍ରୀଯୁକ୍ତ ସାଇ କୃଷ୍ଣ ଜେନା, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ, ଜିଲ୍ଳା ଯକ୍ଷ୍ମା ଅଧିକାରୀ ଡା. ମନୋଜ କୁମାର ସାହୁ, ଜିଲ୍ଲା କୁଷ୍ଠ ଅଧିକାରୀ ଡା. ସଂଜୀବ କୁମାର ପ୍ରଧାନ ଓ ରାଜ୍ୟ ଯକ୍ଷ୍ମା ଅଧିକାରୀ ଡା. ଅର୍ଘ୍ୟ ପ୍ରଧାନ ଉପସ୍ଥିତ ଥିଲେ। ଭାରତୀୟ ରେଡକ୍ରସ ସୋସାଇଟି ଦ୍ବାରା ଜିଲ୍ଲାରେ ୧୫୮୩ ଜଣ ଯକ୍ଷ୍ମା ରୋଗୀଙ୍କୁ ଏହି ପୁଷ୍ଟିକର ଖାଦ୍ୟ ପ୍ୟାକେଟ ଆଗାମୀ ୬ ମାସ ପର୍ଯ୍ୟନ୍ତ ବଣ୍ଟନ କରାଯିବ। ଏହା ଦ୍ବାରା ଜିଲ୍ଲାରେ ସମସ୍ତ ଯକ୍ଷ୍ମା ରୋଗୀ ପୁଷ୍ଟିକର ଖାଦ୍ୟ ପାଇପାରିବେ ଏବଂ ଉପକୃତ ହେବେ। ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଳାର ୨୫ ଜଣ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନିଲେଶ ପଟ୍ଟନାୟକ, ଶରତ ଦାସ ମହାପାତ୍ର, କବି ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥଲେ। ସର୍ବଶେଷରେ ଜିଲ୍ଲା ଯକ୍ଷ୍ମା ସଂଯାଯୋକ ବିଶ୍ବରଂଜନ ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ