ହାକୁସପଙ୍ଗା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାକୁସପଙ୍ଗା ଆଶ୍ରମ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଉର୍ମିଳା ପିପଳିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ କୋଇନ କିମ୍ୱାକା,ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଜିଲ୍ଲା ନିରୀକ୍ଷକ ବିପିନ ବିହାରୀ ବିଶ୍ବାଳ,ସମ୍ମାନିତ ଭାବେ ଏସଏମସି ସଭାପତି ବୁଚୁଡୁ ଦିବାକା,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ, ଉମାକାନ୍ତ ମିଶାଲ,ବୁଡୁବାଲି ସରପଞ୍ଚ ଭୀମ ଗୋଗେରେଙ୍ଗା,ଡାଙ୍ଗସରଡା ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଟ୍ଟନାୟକ,ରାଜୁ ପାଲ,ଡମ୍ବୁରୁଧର ମାଳବିଶଇ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କୁଶୁଲିଆ,ତ୍ରିପତି ଶ୍ରୀରାମ, କୃଷି ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖଙ୍କ ସମେତ ନିମନ୍ତ୍ରିତ ଅତିଥିଭାବେ ସାମ୍ବାଦିକ ବିଜୟ ପ୍ରସାଦ ଊଲାକା,ହାଡ଼ିପା ଗୌଡ଼ ଉପସ୍ଥିତ ରହିଥିଲେ, ସମସ୍ତ ଅତିଥି ମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଉର୍ମିଳା ପିପଳୀ ଓ ଛାତ୍ରୀ ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ଓ ସମ୍ମାନିତ କରିଥିଲେ । ପରେ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ, ପରେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟତ୍ରୀ ଉର୍ମିଳା ପିପଳୀ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେବାସହ ବାର୍ଷିକ ବୀବରଣୀ ପଠନ କରିଥିଲେ । ପରେ ଅତିଥି ମାନେ ବିଦ୍ୟାର୍ଥୀ ମାନଙ୍କୁ ଭଲ ପାଠ ପଡିବା, ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ବିଦ୍ୟାଳୟ ସହ ନିଜର ଓ ନିଜ ମାଆ ବାପାଙ୍କ ନାମ ରଖିବା ସେନେଇ ପରାମର୍ଶ ଦେଇଥିଲେ,ପରେ ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ଉତ୍ସବକୁ ଶିକ୍ଷକ ଜୟନ୍ତ ପିପଳୀ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଷମାନିଧୀ ପୂଟା,ଗୋପାଳ କାଡ୍ରାକାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରି,ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ