ଗଞ୍ଜାମ ପୋଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ପୋଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ  ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ ସମାରୋହ ସହିତ ସର୍ବସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଂଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି  ତଥା ନିର୍ବାଚନ ଅଧିକାରୀ ରବିକାନ୍ତ ସୁନା ସଂଘର ନବ ନିର୍ବାଚିତ ସଭାପତି ଗୋରାଚାନ୍ଦ ତ୍ରିପାଠୀ, ଉପ ସଭାପତି ଜି. ଗଣେଷ ରାଓ, ସମ୍ପାଦକ ସୁବାସ ଚନ୍ଦ୍ର ସେଠୀ, ଯୁଗ୍ମ ସମ୍ପାଦକ -୧ ବି. ହେମନ୍ତ କୁମାର, ଯୁଗ୍ମ ସମ୍ପାଦକ- ୨ ସନ୍ତୋଷ କୁମାର ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ , କାର୍ଯ୍ୟକାରିଣୀ ସଭ୍ୟ ମନୋଜ କୁମାର ରଥ, ଏସ୍‌. ପ୍ରହ୍ଲାଦ ରେଡ୍ଡୀ, ଦିଲ୍ଲୀପ କୁମାର ଶବର , ତପନ କୁମାର ନାୟକ ଓ ସଭ୍ୟା ମନସ୍ବିନୀ ନାୟକ   ଙ୍କୁ ଶପଥ ପାଠ କରାଇଥିଲେ । ବୈଠକରେ ସମସ୍ତ ସଭ୍ୟଙ୍କ ସହମତି  ଅନୁସାରେ ଉମାଶଙ୍କର ବେହେରା ଙ୍କୁ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଭ୍ୟ  ଭାବେ ମନୋନୀତ କରାଗଲା ।   ପରେ ନବନିର୍ବାଚିତ ସଭାପତି ଗୋରାଚାନ୍ଦ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ  ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ସଂଘର ସମ୍ପାଦକ ସୁବାଷ ଚନ୍ଦ୍ର ସେଠି  ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l  ଗଞ୍ଜାମ ପୋଲିସ ଜିଲ୍ଲା ବହୁ ପୁରାତନ ଜିଲ୍ଲା । ବର୍ତ୍ତମାନ ଏଠାରେ ୨୬ ଟି ଥାନା, ୭ ଟି ଫାଣ୍ଡି ଓ ୧୪ ଟି କୋର୍ଟ ଅବସ୍ଥାପିତ ହୋଇଅଛି । ବିଭିନ୍ନ ଆଇନ ଶୃଙ୍ଖଳା, ଭିଆଇପି ଓ ଭିଭିଆଇପି ମାନଙ୍କ ଗସ୍ତ ଏବଂ କୋର୍ଟରୁ ମୁଦଲା ଚାଲାଣ ନିମନ୍ତେ ଫୋର୍ସ ମୃତୟନ ବେଳେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏଣୁ ଜିଲ୍ଲାରେ  କନଷ୍ଟେବଲ ସଂଖ୍ୟା  କୁ ବୃଦ୍ଧି କରିବା,  ଛତ୍ରପୁର ସ୍ଥିତ ରିଜର୍ଭ ଅଫିସ୍ ରେ ଆଉ ଏକ ବାଇକ ଷ୍ଟାଣ୍ଡ ର ବ୍ୟବସ୍ଥା କରିବା,   ପୁରୁଣା ପୋଲିସ୍ ଲାଇନ ଓ ନୁଆଁ ପୋଲିସ୍ ଲାଇନର ସମସ୍ତ ସରକାରୀ ବାସଗୃହ ଗୁଡିକ ମରାମତି ସହ ନୂତନ କ୍ୱାର୍ଟର ନିର୍ମାଣ  କରିବା ଏବଂ ପାନୀୟ ଜଳର ସୁବ୍ୟବସ୍ଥା ସକାଶେ ଏକ ସ୍ମାରକ ପତ୍ର ସଂଘ ପକ୍ଷରୁ ଉକ୍ତ ବୈଠକରେ ଗଂଜାମ ଏସପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସପି ଙ୍କୁ ପ୍ରଦାନ କରାଯାଇଛି ।  ଏହି ବୈଠକରେ ସଂଘର ବହୁ ସଭ୍ୟ ଏବଂ ଅନ୍ୟାନ୍ୟ ଜିଲ୍ଲାର ବହୁ କର୍ମକର୍ତା ମାନେ ଯୋଗଦେଇ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ