ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜନଆରୋଗ୍ୟ ସମିତି ବୈଠକ

ବାଲେଶ୍ୱର,(ସରୋଜ ପଣ୍ଡା): ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ପୌର ପରିଷଦର ୨୨ ନମ୍ବର ୱାର୍ଡ଼ର କାଉନ୍‌ସିଲର ଦେବାଶିଷ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର କର, ସହକାରୀ କାର୍ଯ୍ୟକ୍ରମ ସଂଯୋଜିକା ଶାଶ୍ୱତୀ ମହାପାତ୍ର, ଡା. ଅରୁପ ଅଭିଷେକ, ଜନଆରୋଗ୍ୟ ସମିତିର ସଦସ୍ୟ ସଞ୍ଜୟ ଚୌଧୁରୀ, ସରସ୍ୱତୀ ପଣ୍ଡା ଓ ଗୌରାଙ୍ଗ ପାଣିଗ୍ରାହୀ, ଇଂ. କ୍ଷିତିନ୍ଦ୍ର ନାୟକ, କମଳଲୋଚନ ପରିଡ଼ା, କମଳ ଲୋଚନ ପାତ୍ର, ଦମୟନ୍ତୀ ଶତପଥୀ, ମିନାକ୍ଷୀ ପଣ୍ଡା, ଉପସ୍ମିତା ଦାସ, ଯାଜ୍ଞସେନୀ ବେହେରା ଓ ମେଡିକାଲ୍ ଅଫିସର୍ ଡା. ଲମ୍ବୋଦର ବଳ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇ ରୋଗୀମାନଙ୍କୁ ଅଧିକ ଉନ୍ନତ ଓ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରିବ ସେ ସଂପର୍କରେ ବିଶଦ ଆଲୋଚନା ହୋଇଥିଲା। ରୋଗୀସେବା କ୍ଷେତ୍ରରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ବହୁ ସୁନାମ ଅର୍ଜନ କରିପାରିଛି। ତେଣୁ ଏହି ଧାରାକୁ ବଜାୟ ରଖିବା ଦିଗରେ ପରିଚାଳନା ସମିତିର ସଦସ୍ୟମାନେ ବିଭିନ୍ନ ପରାମର୍ଶ ଦେଇଥିଲେ। ପରମେଶ୍ୱର ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ