ଆସିକାରେ ପାଳିତ ହେଲା ସୁଦଶା ବ୍ରତ

ଆସିକା  (ୱାଇଏନ୍‍ଏସ୍‍) : ହିନ୍ଦୁ ସଂପ୍ରଦାୟର ସଂସ୍କୃତି ଓ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଫାଲ୍‍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପବିତ୍ର ସୁଦଶା ବ୍ରତ ପାଳନ କରାଯାଇଥାଏ । ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କୁ ସମର୍ପିତ ଏହି ସୁଦଶା ବ୍ରତ ପରିବାରର ସୁଖଶାନ୍ତି, ଧନଧାନ୍ୟ, ସମୃଦ୍ଧି ଓ ମଙ୍ଗଳ ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଥିବାରୁ ଆସିକା ସହର ଏହାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମହିଳାମାନେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ନିଷ୍ଠାର ସହ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା । ସପ୍ତାହର ୭ଟି ବାର ମଧ୍ୟରୁ ମା ମହାଲକ୍ଷ୍ମୀଙ୍କ ସବୁଠାରୁ ଅତି ପ୍ରିୟ ବାର ଗୁରବାର ହୋଇଥିବାରୁ ଆଜି ଶ୍ରଦ୍ଧାଳୁ ବ୍ରତଧାରୀ ମହିଳାମାନେ ନିଷ୍ଠାର ପୂଜାର୍ଚ୍ଚନାରେ ନିମଗ୍ନ ରହିଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମହିଳାମାନେ ପବିତ୍ର ସୁଦଶା ବ୍ରତ ପାଳନ ଅବସରରେ ପଦ୍ମାଳୟା ମା ମହାଲକ୍ଷ୍ମୀଙ୍କୁ ପଦ୍ମଫୁଲ ଓ ଗେଣ୍ଡୁ ଫୁଲ ସାଙ୍ଗକୁ ଅନ୍ୟାନ୍ୟ ସୁବାସିତ ଫୁଲରେ ସୁସଜ୍ଜିତ କରି ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ପରିଲକ୍ଷିତ ହୋଇଥିଲା । ଶୁକ୍ଳପକ୍ଷ ଦଶମୀ ତିଥିରେ ପଡୁଥିବା ଗୁରବାରରେ ଓଡିଆ ଘରର ଶ୍ରଦ୍ଧାଳୁ ମହିଳାମାନେ ସୁଦଶା ବ୍ରତ ପାଳନ କରିବାର ବିଧି ରହିଥିବା ବେଳେ ଆଜି ଆଧ୍ୟାତ୍ମିକପ୍ରେମୀ ମହିଳାମାନେ ନିଷ୍ଠାର ସହ ବ୍ରତ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ