ଟିଲଗଢିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବ
ହାଟଡିହି (ଓ୍ବାଇଏନଏସ): ଟିଲଗଢିଆ ପ୍ରାଥମିକ ବିଦ୍ୟାଳୟର ତୃତୀୟ ବାର୍ଷିକ କ୍ରିଡ଼ା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବାଲିବରେଇ କ୍ଲଷ୍ଟରର ସଂଯୋଜକ ବିଶ୍ବଜିତ ରାଉତ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ନାୟକ, ମୁଖ୍ୟବକ୍ତା ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ମୋହନ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ବିଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ପିଲା ମାନଙ୍କୁ ଶିକ୍ଷା ସହିତ କ୍ରୀଡାର ମହତ୍ୱ ବିଷୟରେ ଧାରଣା ଦେଇଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ ନାଏକ, ଶିକ୍ଷୟିତ୍ରୀ ଚଞ୍ଚଳା ଧାଉଁଡିଆଁ, ବିଦ୍ୟାଳୟ କମିଟିର ସଭାପତି ରାମଚନ୍ଦ୍ର ହୋ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକରେ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।


