ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନର ପୁରସ୍କାର ପ୍ରଦାନ ଉତ୍ସବ
ଆସିକା (ୱାଇଏନ୍ଏସ୍) : ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଖାରବେଳ ନଗର ଭାରତୀୟ ବିଦ୍ୟା ଭବନ ସଭାଗୃହରେ ୨୧୩ତମ ଆଲୋଚନାଚକ୍ର ଓ ପୁରସ୍କାର ପ୍ରଦାନ ଉତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ଦୈନିକ ଖବରକାଗଜ “ନିତିଦିନ” ର ସଂପାଦକ ମନୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ର ଓ ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଦାଶ ବେନହୁର, ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ସାହିତ୍ୟିକ ଓ ସ୍ତମ୍ଭକାର ପଞ୍ଚାନନ କାନୁନ୍ଗୋ, ମୁକ୍ତ ଚିନ୍ତନ ମଞ୍ଚର ଆବାହକ ରମାକାନ୍ତ ମିଶ୍ର ଓ ସଂପାଦକ ପିତବାସ ରାଉତରାୟ, ପୂଜ୍ୟପୂଜାର ସଭାପତି ବିରଜା ପ୍ରସାଦ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଉତ୍କଳୀୟ ସଂସ୍କୃତିରେ ପୂଜ୍ୟପୂଜା ପରମ୍ପରା ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବହୁ ଜ୍ଞାନୀ ଗୁଣୀ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ପୂଜ୍ୟପୂଜା ପରମ୍ପରାକୁ ସମ୍ମାନ ଜଣାଇ ଫୁଲ ଭଗବାନ ଫାଉଣ୍ଡେସନ୍ ଓ ଅନ୍ନପୂର୍ଣ୍ଣା ନବଘନ ଟ୍ରଷ୍ଟ ଦ୍ୱାରା ଏହି ଅବସରରେ ଶ୍ରେଷ୍ଠ ସମବାୟ ଭିତ୍ତିକ ପରିଚାଳନା ସଂସ୍ଥା ଭାବେ ଆସିକା ସମବାୟ ଚିନିଶିଳ୍ପକୁ ସମ୍ମାନିତ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ସଭାପତି ତଥା ବରିଷ୍ଠ ସମବାୟବିତ୍ ରବିନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିବା ସାଙ୍ଗକୁ ନିଜ ବକ୍ତବ୍ୟରେ ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର କରି ଏହି ପୁରାତନ ସମବାୟ ଅନୁଷ୍ଠାନ କିଭଳି ବିଭିନ୍ନ ସମୟରେ ନାନା ଘାତ ପ୍ରତିଘାତ ଏବଂ ଉତ୍ଥାନ ଓ ପତନ କରି ମଧ୍ୟ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ନହୋଇ ଆଖୁଚାଷୀଙ୍କ ସେବାରେ ନିଜକୁ ସଂପୁର୍ଣ୍ଣ ରୂପେ ସମର୍ପିଦେଇ ଶିଳ୍ପାନୁଷ୍ଠାନର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ପ୍ରୟାସ ଜାରି ରଖିଛି ତାହାରି ଉପରେ ଆଲୋକପାତ କରିଥିଲେ । ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନ ଆନୁକୂଲ୍ୟରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରେଷ୍ଠ ସମବାୟ ଭିତ୍ତିକ ପରିଚାଳନା ସଂସ୍ଥା ଭାବେ ଆସିକା ସମବାୟ ଚିନିଶିଳ୍ପ ସମ୍ମାନିତ ହେବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ ବୋଲି ସମବାୟପ୍ରେମୀଙ୍କ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପର ଏହି ଉଲ୍ଲେଖନୀୟ ସଫଳତା ପାଇଁ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ସମେତ ପରିଚାଳନା ବର୍ଗଙ୍କୁ ଶିଳ୍ପାନୁଷ୍ଠାନର କର୍ମଚାରୀ ଚିତ୍ତ ଚିନ୍ମୟ ରଂଜନ ନାୟକ, ଶ୍ରୀନିବାସ ମହାପାତ୍ର, ଇଂ କେଦାରନାଥ ସାହୁ, ପ୍ରଶାନ୍ତ କୁମାର କର, ଅନିଲ୍ କୁମାର ଦାଶ, ବାଇଧର ନାହାକ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ଇଂ ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଏମ୍.ରାମବାବୁ ଦୋରା, କୈଳାଶ ଚନ୍ଦ୍ର ପଟ୍ଟନାୟକ, ତ୍ରିନାଥ ବେହେରା, ରାଜେଶ୍ କୁମାର ନାୟକ, ବିଶ୍ୱନାଥ ପାଣିଗ୍ରାହୀ, ଜ୍ୟୋତି ରାମକୃଷ୍ଣ ତ୍ରିପାଠୀ, ସୁମନ୍ତ ପଟ୍ଟନାୟକ, ବିକାଶ ପଟ୍ଟନାୟକ, ଉଲ୍ଲାସ କୁମାର ରେଡି, ଜଗନ୍ନାଥ ପଟ୍ଟନାୟକ, ବିଷ୍ଣୁପ୍ରସାଦ ଜେନା, ସୁଶାନ୍ତ ପାତ୍ର, ରାଜଗୋପାଳ ପାଢୀ, ଅବନ୍ତୀ ଜେନା, ଆଶିଷ୍ ପରିଡାଙ୍କ ସମେତ ବହୁ କର୍ମଚାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।


