ବସଷ୍ଟାଣ୍ଡରେ ପାନୀୟ ଜଳ ବିଶୋଧନ ଓ ଶୀତଳୀକରଣ ଯନ୍ତ୍ର ଅଚଳ: ବିଧାୟକ ଦୃଷ୍ଟି ଦେବାକୁ ଦାବି
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରେ ଥିବା ନାଉଗାଁ ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର ରହିଛି। ଏହି ବିଶ୍ରାମ ଗାରରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦେବା ପାଇଁ ପାନୀୟ ଜଳ ବିଶୋଧନ ଓ ଶୀତଳୀକରଣ ଯନ୍ତ୍ର ଲାଗାଯାଇଛି। ଯାହାଫଳରେ ଯାତ୍ରୀମାନେ ନିଜର ତୃଷ୍ଣା ମେଂଟାଇବା ପାଇଁ ଏଥିରୁ ଥଣ୍ଡା ପାନୀୟ ଜଳ ପିଇ ପାରିବେ। ଏହି ପାନୀୟ ଜଳ ଯନ୍ତ୍ରଟି ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମର (କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପାଣ୍ଠି) ସହାୟତାରେ ଲଗାଯାଇଛି। ଏଥିପାଇଁ ୮୬ ହଜାର ୭ଶହ ଟଙ୍କା ବ୍ୟୟ ମଧ୍ୟ କରାଯାଇଛି। ଏହି ପାନୀୟ ଜଳ ପ୍ରକଳ୍ପଟିକୁ ତତ୍କାଳୀନ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ତଥା ବର୍ତମାନର ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ୨୦୨୧ ଅକ୍ଟୋବର ୨୯ରେ ଉଦ୍ଘାଟନ କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେଉଁ ଲକ୍ଷ୍ୟ ନେଇ ଏହି ପାନୀୟ ଜଳ ପ୍ରକଳ୍ପଟି ଲଗାଯାଇଥିଲା ତାହା ଏବେ ଜନସାଧାରଣ କିମ୍ବା ଯାତ୍ରୀଙ୍କ କାମରେ ଆସୁ ନଥିବା ଜଣାଯାଇଛି। ରକ୍ଷଣାବେକ୍ଷଣା ଅଭାବରୁ ଏହି ପାନୀୟ ଜଳ ଯନ୍ତ୍ରୀଟି ଅଚଳ ହୋଇ ପଡିଥିବା ଜଣାଯାଇଛି। ଦୀର୍ଘ ଦିନ ହେନ ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇ ପଡିଥିଲେ ମଧ୍ୟ ପ୍ରଶାସନ କିମ୍ବା ପଂଚାୟତ ପ୍ରତିନିଧି ଙ୍କ ଦୃଷ୍ଟି ଏହା ଉପରେ ପଡୁନାହିଁ। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଦୂରଦୁରାନ୍ତରୁ ଆସୁଥିବା ଯାତ୍ରୀମାନେ ଥଣ୍ଡା ଓ ଶୁଦ୍ଧ ପାନୀୟ ଜଳ ପାଇଁ ଅଧିକାଂଶ ବଜାରରେ ଥିବା ଦୋକାନ ଉପରେ ନିର୍ଭର କରୁଛନ୍ତି। ତେଣୁ ଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏହି ପାନୀୟ ଜଳ ଯନ୍ତ୍ରଟିକୁ ମରାମତି କରାଯିବା ପାଇଁ ଜନସାଧାରଣମାନେ ବିଧାୟକ ଶ୍ରୀ ଦାସ ଏବଂ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏବିଷୟରେ ନାଉଗାଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନାଉଗାଁ ସେକ୍ସନର ସହକାରୀ ଯନ୍ତ୍ରୀ ରଶ୍ମିରଂଜନ ଦାସଙ୍କୁ ପଚାରିବାରୁ ଏହି ପ୍ରକଳ୍ପ ସଂର୍ପକରେ ବିଡିଓଙ୍କ ସହିତ ଆଲୋଚନା କରି ମରାମତି କରାଯିବା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।


