ଅଧ୍ୟାପକ ଗୌରାଙ୍ଗ ଚରଣ ନାୟକଙ୍କୁ ଅବସର ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ଆଞ୍ଚଳିକ ମହା ବିଦ୍ୟାଳୟର ଅଧ୍ୟାପକ ଗୌରାଙ୍ଗ ଚରଣ ନାୟକଙ୍କୁ ଅବସର ସମ୍ବର୍ଦ୍ଧନା ଦିଆ ଯାଇଛି। ଶ୍ରୀଯୁକ୍ତ ନାୟକ ୧୯୮୮ ମସିହାରୁ ହାଟଡିହି କଲେଜ ରେ ଅର୍ଥନୀତି ବିଭାଗରେ ଯୋଗଦେଇ ଶିକ୍ଷାଦାନ କରି ଆସୁଥିଲେ। ସେ ଏକାଧାରରେ ଜଣେ ଲେଖକ, ସମାଜ ସଂସ୍କାରକ, ଛାତ୍ର ବତ୍ସଳ ଅଧ୍ୟାପକ ଥିଲେ। କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପିକା ଦେବାହୁତି ପଟ୍ଟନାୟକ, ଅଧ୍ୟାପକ ରବୀନ୍ଦ୍ରନାଥ ଜେନା, ବୃନ୍ଦାବନ ଓଝା, ଜନ୍ମଞ୍ଜୟ ପ୍ରଧାନ, ପ୍ରଣୟ କୁମାର ନାୟକ, ପ୍ରିୟଙ୍କା ମହାନ୍ତି, ଚୁମକିରାଣୀ ନାୟକ, ଚକ୍ରଧର ଦାସ, ସ୍ୱାଗତିକା ନାୟକ, ଜଳଧର ଦାଶ, ଅଜୟ ଦାଶ, ଗଙ୍ଗାଧର ପରିଡା, ଜ୍ୟୋତିର୍ମୟୀ ମଲ୍ଲିକ, ନୀଲମ ସୱନ୍ୟ, ଦ୍ୱାରିକା ପ୍ରସାଦ ଦାସ, ମେନାକାରଣୀ ଧୁରୁଆ, ସନାତନ ଖୁଣ୍ଟିଆ, ଲିପ୍ସା ପ୍ରିୟଦର୍ଶିନୀ ବେହେରା, ମିନତି ବେହୁରିଆ, ପୂର୍ଣ୍ଣ ଚନ୍ଦ୍ର ବେହେରା, ମହେଶ୍ୱତା ଶର୍ମା, ଅଞ୍ଜନ ମହାନ୍ତି, ସରିତା ପଣ୍ଡା, ଅନନ୍ତ ଚନ୍ଦ୍ର ବେହେରା, ସୌଭାଗ୍ୟ ରଞ୍ଜନ ଜେନା, ରଘୁନାଥ ରାଉତ, ଘନଶ୍ୟାମ ମୁଖୀ, ଶିବପ୍ରିୟା ଧଳା, ବିଭୂତି ଭୂଷଣ ପହି, ପ୍ରଶାନ୍ତ ମୁଖି, ସତ୍ୟାନନ୍ଦ ନାୟକ, ଭାଗ୍ୟଲକ୍ଷ୍ମି ନାୟକ ପ୍ରମୁଖ ଯୋଗଦେଇ ତାଙ୍କର କର୍ମ ମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ। ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ