ଶ୍ରୀ ରଘୁନାଥ ମହାପ୍ରଭୁ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ଗ୍ରାମରେ ଶ୍ରୀ ରଘୁନାଥ ମହାପ୍ରଭୁ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି ।ଗଡ଼ଗୋବିନ୍ଦପୁର ଯୁବକ ସମାଜ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ସାମାଜିକ କର୍ମୀ ବୁଲୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଉଦଘାଟନୀ ମ୍ୟାଚ୍ ରେ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗ୍ରାମ କ୍ରିକେଟ ଟିମ୍ ସହ ପାତ୍ରପୁର ଗ୍ରାମ କ୍ରିକେଟ ଟିମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ ଉଭୟ ଟିମ୍ ର ଖେଳାଳୀଙ୍କୁ ଭାଇଚାରା ମନୋଭାବ ରଖି ଖେଳିବା ପାଇଁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଏରେଣ୍ଡ୍ରା କ୍ରିକେଟ ଟିମ୍ ନିର୍ଦ୍ଧାରିତ ୧୨ ଓଭରରେ ୧୩୭ ରନ ସଂଗ୍ରହ କରିଥିବା ବେଳେ ପାତ୍ରପୁର ଟିମ୍ ସମୁଦାୟ ୧୦୩ ରନ ହାସଲ କରି ପରାସ୍ତ ହୋଇଥିଲା । ଶ୍ରୀପତି ପାତ୍ର ଓ ସନ୍ତୋଷ ବେହେରା ମ୍ଯାଚ ରେ ଅମ୍ପାୟରିଂ କରିଥିବା ବେଳେ ଦେବାଶିଷ ପ୍ରଧାନ , ସୁନୀଲ ପ୍ରଧାନ , ଲକ୍ଷ୍ମୀକାନ୍ତ ସାହୁ , ଅରୁଣ ସାହୁ , ବବୁଲ ପ୍ରଧାନ , ମୁକୁନ୍ଦ ପ୍ରଧାନ , ମିତୁ ପ୍ରଧାନ ଙ୍କ ସମେତ ଟୁର୍ନାମେଣ୍ଟ ଆୟୋଜକ କମିଟି ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ.


