ଡାଟାଏଣ୍ଟ୍ରିଙ୍କ ସ୍ୱାମୀ ସ୍ୱର୍ଗତ ମୃତ୍ୟୁଞ୍ଜୟ ସାହୁଙ୍କ ଏକାଦଶାହ କ୍ରିୟାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା
ଧାମନଗର (ଓ୍ବାଇଏନଏସ): ଧାମନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ପୁଷ୍ପାଞ୍ଜଳି ସାହୁଙ୍କ ସ୍ୱାମୀ ତଥା ପରୋପକାରୀ ସୁସଂଗଠକ ବିଭିନ୍ନ ଶିକ୍ଷାନଷ୍ଠାନର ପରିଚାଳନା କମିଟିର କର୍ମକର୍ତ୍ତା ସ୍ୱର୍ଗତ ମୃତ୍ୟୁଞ୍ଜୟ ସାହୁ(ରୁଗା)ଙ୍କ ଏକାଦଶାହ କ୍ରିୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧିନ ପାଳସାହି ସ୍ଥିତ ବେତାଳିଗାଁ ନିଜ ବାସଭବନ ପରିସରରେ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନିକୁଞ୍ଜ କିଶୋର ଜେନାଙ୍କ ସଭା ସଂଚାଳନାରେ ଆୟୋଜିତ ଏକାଦଶାହ କ୍ରିୟାରେ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ,ଅତିରିକ୍ତ ତହସିଲଦାର ସାଇ ସିଲୋନା ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଦିବଂଗତ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଡି ଆର ଡି ଏ ଉପାଧ୍ଯକ୍ଷା ଟୁନିବାଳା ବିଶ୍ଵାଳ ଭଦ୍ରକ,ଧାମନଗର ପଞ୍ଚାୟତ ସମିତି ପୂର୍ବତନ ଅଧ୍ଯକ୍ଷ ଅଶୋକ କୁମାର ନାୟକ,ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ,ପୂର୍ବତନ ସରପଞ୍ଚ ରଘୁନାଥ ନାୟକ,ସମାଜ ସେବୀ ମାନସ ରଞ୍ଜନ ସାହୁ,ଆଇନଜୀବୀ ରମେଶ ଚନ୍ଦ୍ର ବେହେରା,ସ୍ଵାଧୀନ ଦାସ, ସାମ୍ବାଦିକ ମଣିପ୍ରସାଦ ପାଢ଼ୀ,ଯୁବ ସାମାଜିକ କର୍ମୀ ମିଥୁନ ଯେନା,ଜଗନ୍ନାଥ ବାରିକ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ,ବନ୍ଧୁ ବାନ୍ଧବ ଶୁଭେଚ୍ଛୁ ଗ୍ରାମବାସୀ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ଗୁଣଗାନ ସହ ସ୍ମୃତିଚାରଣ କରିଥିଲେ। ଏହି ଦୁଖଦ ଘଟଣାରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ତହସିଲଦାର ପଲ୍ଲୀଭାରତ ମାହାଳିକ,ବରିଷ୍ଠ କିରାଣୀ ଅଭିରାମ ବେଉରିଆ,ରାଜସ୍ବ ପରିଦର୍ଶକ ଗିରୀଶ ଚନ୍ଦ୍ର ନାୟକ,ଧର୍ମପଦ ସାହୁ,ବରିଷ୍ଠ ରାଜସ୍ୱ ସହାୟକ ରାଜେଶ କୁମାର ମାଝୀ,ପବିତ୍ର କୁମାର ସେଠୀ,ବାସୁଦେବ ପଣ୍ଡା,ରାଜସ୍ବ ନିରୀକ୍ଷକ ବିକ୍ରମ ଦାସ,କିଶୋର ଚନ୍ଦ୍ର ମଲ୍ଲିକ,ସୁବ୍ରତ କୁମାର ସାହୁ,ଦେବାଶିଷ ମହାପାତ୍ର,ମାନସ କର,ଉମାଶାଙ୍କର ମହାଳିକ,ଦେବାଶିଷ ସାହୁ,ଅର୍ଚନା ନାୟକ,ସୃତିପ୍ରଭା ମଲ୍ଲ,ସଂଯୁକ୍ତା ନାୟକ,ଅବିନାଶ ସିଂହ,ବିଜୟ କୁମାର ପଣ୍ଡା,ରବୀନ୍ଦ୍ର ଜେନା,ଦିପେନ୍ଦ୍ର ଖଟୁଆଙ୍କ ସମେତ ସମସ୍ତ ଆରଆଇ,ଅମିନ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିବା ସହ ସ୍ୱର୍ଗତ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଶେଷରେ ସାହୁ ପରିବାର ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।(


