ବନ୍ତରେ ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ଠାରେ ବିଜୁ ଜନତା ଦଳ ପକ୍ଷରୁ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବନ୍ତ ହାଟସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ନିକଟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳର ବରିଷ୍ଠ ନେତୃତ୍ୱ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଏଥିରେ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବ୍ଲକ ବିଜେଡି ସମ୍ପାଦକ ସୁବାସ ଦାସ, ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ କୁମାର ନାୟକ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଚିନ୍ମୟ କୁମାର ଦାସ, ସେଣ୍ଢତୀରା ପଞ୍ଚାୟତ ବିଜେଡି ସଭାପତି ହୃଷିକେଶ ପାତ୍ର, ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀ, ନିଳୋକ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର କୁମାର ସେଠୀ, ପୂର୍ବତନ ସରପଞ୍ଚ ବିଜୟ ବିଶ୍ୱାଳ, ଯୁବନେତା ସେକ୍ ସମୀମ ନୱାଜ, ଆଲୋକ ରାଉତ, ସଞ୍ଜୀବ ଦାସ, ଶକ୍ତିଧର ରାଉତ, ଗଣେଶ ବେହେରା, ଅକ୍ଷୟ ଦାସ, ଧିରେନ୍ଦ୍ର ମହାନ୍ତି, ସେକ୍ ଅଜଗର ଅଲ୍ଲୀଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ