ଯୁବକଙ୍କ ପକେଟରୁ ମୋବାଇଲ ଚୋରି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ନିଳୋକ ବଜାରରୁ ଜଣେ ଯୁବକଙ୍କ ପକେଟରୁ କେହି ଦୃବୁର୍ତ୍ତ ମୋବାଇଲ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ଫେବୃଆରୀ ୨୭ ଅପରାହ୍ନ ସମୟରେ ଭଣ୍ଡାରଗଢିଆ ଗ୍ରାମର ପଙ୍କଜ କୁମାର ଲେଙ୍କା ବାଇକ୍ ଯୋଗେ ଘରକୁ ଯିବା ସମୟରେ ନିଳୋକ ବଜାରରେ କିଛି ଲୋକ ରୁଣ୍ଡ ହୋଇଥିବାର ଦେଖି ଅଟକି ଯିବା ସହ ଘଟଣାସ୍ଥଳକୁ ଯାଇ ଦେଖିଥିଲେ । ଏହାରି ମଧ୍ୟରେ କେହି ଦୃବୁର୍ତ୍ତ ତାଙ୍କ ପକେଟରୁ ମୋବାଇଲ ଫୋନଟିକୁ ଚୋରି କରିନେଇଥିଲେ । ଏନେଇ ସେ ଫେବୃଆରୀ ୨୮ରେ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।


