ବହୁ ପୁରାତନ ଶ୍ୟାମସୁନ୍ଦରପୁର ମହାନ୍ତିସାହି ଦୋଳ ମେଲଣ ଉଦଯାପିତ
କେନ୍ଦ୍ରାପଡା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ମହାନ୍ତିସାହିର ଦୋଳ ମେଲଣ ଉଦଯାପିତ ହୋଇଯାଇଛି । ଜିଲ୍ଲାର ବହୁ ପୁରାତନ ମେଲଣ ମଧ୍ୟରୁ ମହାନ୍ତି ସାହି ମେଲଣ ପ୍ରାୟ ୨୫୦ ବର୍ଷ ପୂର୍ବେ ପୂର୍ବଜମାନେ ଆରମ୍ଭ କରିଥିଲେ । ମେଲଣକୁ ବିଭିନ୍ନ ଅଂଚଳରୁ ୯ଟି ସୁସଜ୍ଜିତ ବିଭାନ ବାଜାବାଣ ରୋଷଣୀ କରି ମଧ୍ୟାହ୍ନରେ ମହାନ୍ତିସାହିରେ ପହଁଚିଥିଲେ । ଥାନପତି ଶ୍ରୀଦଧିବାବନଜୀଉ ପ୍ରଥମେ ପହଁଚି ଆସ୍ଥାନ ଗ୍ରହଣ କରିବା ପରେ ଅନ୍ୟମାନେ ପହଁଚିଥିଲେ । ଏହାପରେ ଭଜନ ସମାରୋହ ଅନୁଷ୍ଠିତ ହୋଇ ବିଭାନମାନଙ୍କ ପାଖରେ ଭୋଗ ଲାଗି ହୋଇଥିଲା । ଏହାପରେ ଶ୍ରୀଜୀଉମାନେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାହିର ମୁରବୀ ରମେଶ ଚନ୍ଦ୍ର ମହାନ୍ତି, ରାଜକିଶୋର ମହାନ୍ତି, ଅବନି କୁମାର ମହାନ୍ତି, ରମାକାନ୍ତ ମହାନ୍ତି, ଜୟନ୍ତ ମହାନ୍ତି, କୁଞ୍ଜବିହାରୀ ମହାନ୍ତି, ଭଞ୍ଜ କିଶୋର ମହାନ୍ତି, ଅନୁପ ମହାନ୍ତି(ବାଦଲ), ବୁଢା ମହାନ୍ତି, ପ୍ରଣବ କୁମାର ମହାନ୍ତି, ରେବନ୍ତ ମହାନ୍ତି, ରଜତ ମହାନ୍ତି, ପ୍ରଦୀପ କୁମାର ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି ଚିତ୍ତରଞ୍ଜନ ଦାସ ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶାନ୍ତନୁ ମହାନ୍ତି, ଆଲୋକ ମହାନ୍ତି, ନବଜ୍ୟୋତି ମହାନ୍ତି, ଅମିତାଭ ମହାନ୍ତି, ଆଶିଷ ମହାନ୍ତି, ବନ୍ଧନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଗୋଲେଖ ପଢିଆରୀ, ରଣଧୀର ଜେନା, ସ୍ୱୟଂଭୂବ ଦାସ, ଭୁବନମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ହୋଇ ଜୀଉମାନଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ।


