ନ୍ୟାୟ ପାଇଁ ଏସପି ଙ୍କ ଦ୍ୱାରସ୍ଥ ହେଲେ ଅସହାୟ ମହିଳା

ଛତ୍ରପୁର, (ଓ୍ବାଇଏନଏସ):  ନ୍ୟାୟ ପାଇଁ ଗଂଜାମ ଏସପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ଅସହାୟ ( ଅନୁସୂଚିତ ଜାତି )ମହିଳା ମୁନିନାୟକ ।  ଗଞ୍ଜାମ ଏସପି ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି  ଙ୍କୁ ଭେଟି ସେ ତାଙ୍କର  ଗୁହାରୀ ଜଣାଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି  ଆସିକା ଥାନା ଅଂଚଳରେ ।  ପୂର୍ବ ଶତୃତାକୁ କେନ୍ଦ୍ର କରି ଗତ  ୨ ତାରିଖ ଦିନ ମୁନୀ ତାଙ୍କ ଦୋକାନରେ ଚା ପ୍ରସ୍ତୁତ କରିବା ସମୟରେ ହଠାତ୍ ଟୁନା ଚୈଧୁରି ନାମକ ଯୁବକ ତାଙ୍କୁ ଜିବନରୁ ମାରିଦେବା ଲକ୍ଷ୍ୟ ରଖୀ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏନେଇ ସେ ଆସିକା ଥାନା ପୁଲିସ କୁ  ଜଣାଇଥିଲେ ମଧ୍ୟ ଟୁନା ଙ୍କୁ କୋର୍ଟ ଚାଲାଣ ନକରି ଥାନାରୁ ଛାଡିଦେଇଥିବାରୁ ସେ ଭୟଭିତ ଅବସ୍ଥାରେ ଅଛନ୍ତି । ଏଣୁ ଟୁନା ଚୈଧୁରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ନିମନ୍ତେ ସେ ଏକ ଲିଖିତ ଅଭିଯୋଗପତ୍ର ମାଧ୍ୟମରେ ଏସପି ଙ୍କ ଉଦଶ୍ୟ ରେ ପ୍ରଦାନ କରିଛନ୍ତି । ଅନ୍ୟ ପଟେ ଟୁନା ଚୈଧୁରୀ ଜାମିନ ରେ ଆସିଛନ୍ତି । ତାଙ୍କ ଉପରେ କଡା ନଜର ରଖାଯାଇଛି ବୋଲି ଆସିକା ଥାନା ପୋଲିସ ପକ୍ଷରୁ ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ