ଦିନରେ ବାଲିଗାଡି ଚଳାଚଳକୁ ବିରୋଧ କଲେ ସରପଞ୍ଚ

ହାଟଡିହି (ଓ୍ବାଇଏନଏସ):  ଦିନ ବେଳା ବାଲିଗାଡି ଚଳା ଚଳକୁ ବିରୋଧ କଲେ ହାଟଡିହି ବ୍ଲକ ଷଡ଼ଙ୍ଗ ପଞ୍ଚାୟତର ସରପଞ୍ଚ। ଏପରିକି ବନ୍ଦ କରିବାକୁ ନେଇ ତାଙ୍କର ମୁଣ୍ଡ ଫାଟିଥିବା ଜଣାଯାଇଛି। ସୂଚନା ଅନୁଯାଇ ଷଡ଼ଙ୍ଗ ରାସ୍ତାରେ ଦୈନିକ ଶହ ଶହ ବାଲି ବୋଝେଇ ଗାଡି ଚଳାଚଳ କରୁଥିବାରୁ ଧୂଳି ଧୂଆଁ ରେ ସ୍ଥାନୀୟ ଲୋକମାନେ ଅତିଷ୍ଠ ହୋଇ ପଡୁଛନ୍ତି। ଛାତ୍ରଛାତ୍ରୀ ସ୍କୁଲ ଯିବା ଆସିବାରେ ସମସ୍ୟା ଭୋଗୁଥିବା ବେଳେ ସାଧାରଣ ଲୋକେ ମଧ୍ୟ ଯାତାୟାତ କକ୍ୱାରିପାରୁ ନାହାନ୍ତି। ଗାଡି ଗୁଡିକ ଦ୍ରୁତ ଗତିରେ ଯାଉଥିବାରୁ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି। ଏହାକୁ ନେଇ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ ବୁଧବାର ଦିନ ଏକ ହାଇୱାକୁ ଅଟକାଇ ଥିଲେ। ଚାଳକ ଜଣଙ୍କ ଗାଡିର ଡୋର ଖୋଲିଦେବାରୁ ତାହା ସରପଞ୍ଚଙ୍କ ମୁଣ୍ଡରେ ବାଜିବାରୁ ସରପଞ୍ଚଙ୍କ ମୁଣ୍ଡ ଫାଟିଥିଲା। ଗାଡି ଚଳାଚଳକୁ ବିରୋଧ କରି ସେ ଆନନ୍ଦପୁର ଉପଜିଲ୍ଲାପାଳ, ନନ୍ଦିପଦା ପୋଲିସ ପ୍ରମୁଖଙ୍କୁ ଜଣାଇ ଥିଲେ। ଆଜି ସଂଧ୍ୟା ପର୍ଯ୍ୟନ୍ତ ଗାଡି ଠିଆ ହୋଇ ରହିଥିବା ବେଳେ ସରପଞ୍ଚ ରାସ୍ତାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କ କହିବା କଥା ଲିଜ ଧାରୀ ମାନେ ରାତିରେ ବାଲି ପରିବହନ କରନ୍ତୁ। ଦିନରେ ଗଲେ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ