ଖରାଦିନ ଆରମ୍ଭରୁ ଗଜପତିରେ ଉତ୍ତାପ ବୃଦ୍ଧି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଖରାଦିନ ଆରମ୍ଭରୁ ହିଁ ସମଗ୍ର ଗଜପତି ଜିଲ୍ଲାରେ ଉତ୍ତାପ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି.  ଆଜକୁ ମିଶାଇ ଗତ 4 ଦିନ ହେଲା ଉତ୍ତାପ ବେଶ ବୃଦ୍ଧି ହୋଇଥିବା ସହ ଗଜପତି ଜିଲ୍ଲା ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ବିଗତ ତିନି ଦିନର ତଥ୍ୟାନୁସାରେ ପାରଳାଖେମୁଣ୍ଡି ଉତ୍ତପ୍ତ ସହରର ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଥିଲା| ଆଜି ମଧ୍ୟ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରିରୁ ଅଧିକ ରହିଥିବା ଜଣାପଡ଼ିଛି। ସକାଳ 10 ଘଣ୍ଟା ଠାରୁ ଏହି ଉତ୍ତାପ ବୃଦ୍ଧି ପାଇବା ସହ ଅପରାହ୍ନ 4 ଘଣ୍ଟା ପର୍ଯନ୍ତ ତାପମାତ୍ରା ବିଶେଷ ଭାବରେ ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି | ବିଗତ ବର୍ଷମାନଙ୍କରେ ମଧ୍ୟ ଗଜପତି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହୋଇଥିବା ବେଳେ ଗତବର୍ଷ ଗଜପତି ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲ୍ଲା ପାଲଟିଥିଲା | ଚଳିତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ହିଁ ଉତ୍ତାପର ପ୍ରଭାବ ବୃଦ୍ଧି ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ