ଛେନାପଦି ମନ୍ଦିରରେ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ସାଂସଦ ଅନନ୍ତ ନୟକଙ୍କୁ ଆଜି ଛେନାପଦିଛକ ସ୍ଥିତ ମା ବିଶ୍ୱ ତାରିଣୀ ମନ୍ଦିରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସାଂସଦ ଅନନ୍ତ ନୟକ ଆଜି ସକାଳେ ମା ବିଶ୍ୱ ତାରିଣୀ ମନ୍ଦିରରେ ପହଞ୍ଚିବା ପରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ମିନତୀ ମହାପାତ୍ର, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ଦିପ୍ତିମୟୀ ଖୁଣ୍ଟିଆ, ବବିତା ସାହୁ ସୁଶାନ୍ତ ଜେନା, ଧବଳେଶ୍ୱର ପଟ୍ଟନାୟକ, ସୁଧାଂଶୁ ବିଶ୍ୱାଳ, ଭୀମସେନ ପେରେଇଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ସେହିପରି ମନ୍ଦିର ପରିଚାଳନା କମିଟି ପକ୍ଷରୁ ପଞ୍ଚାନନ ବେହେରା, ଦେବେନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ଅମୀୟ ନାୟକ, ହିମାଂଶୁ ନାୟକ, ମହେଶ୍ୱର ସା, ସୁଶାନ୍ତ ଓଝାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସାଂସଦ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ମାନେ ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସାଂସଦଙ୍କ ସହିତ ଆଲୋଚନା କରିଥିଲେ। ଆଗାମୀ ଦିନରେ କିପରି ମନ୍ଦିରର ସୌନ୍ଦର୍ଯ୍ୟ କରଣ ବୃଦ୍ଧି ପାଇବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ସାଂସଦ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ