କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅନଭିଜ୍ଞ ଅଧ୍ୟକ୍ଷ : +୨ପରୀକ୍ଷା ପରିଚାଳନାରେ ବ୍ୟାପକ ତ୍ରୁଟି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ଜଣେ ଅତ୍ୟନ୍ତ ଅନଭିଜ୍ଞ ଅଧ୍ୟକ୍ଷଙ୍କୁ ପଠାଇଛନ୍ତି। ଯାହା ଫଳରେ ଏବେ ମହାବିଦ୍ୟାଳୟରେ ଚାଲିଥିବା (+୨) ଉଚ୍ଚମାଧ୍ୟମିକ ବାର୍ଷିକ ପରୀକ୍ଷାରେ ବ୍ୟାପକ ତୃଟିବିଚ୍ୟୁତି ଦେଖିବାକୁ ମିଳିଛି। ପରୀକ୍ଷା ଡ୍ୟୁଟି ପଡିଥିବା ଜଣେ କନିଷ୍ଠ ଅଧ୍ୟାପକ ଅଚ୍ୟୁତ ମହାରଣା ସଠିକ ସମୟରେ ଆସୁନାହାନ୍ତି। ତାଙ୍କ ବିରୋଧରେ ପରୀକ୍ଷା ପରିଚାଳନା ଦାୟୀତ୍ୱରେ ଥିବା ଭାରପ୍ରାପ୍ତ ପ୍ରଫେସର ଅଧ୍ୟକ୍ଷଙ୍କୁ ଜଣାଇଲେ ମଧ୍ୟ ଅଧ୍ୟକ୍ଷ ସଂପୃକ୍ତ କନିଷ୍ଠ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। କାରଣ ଅଧ୍ୟକ୍ଷଙ୍କ ସମସ୍ତ କଳା ଚିଠା ସଂପୃକ୍ତ ଅଧ୍ୟାପକଙ୍କ ପାଖରେ ରହିଛି। ଏଣୁ ସେ ତାଙ୍କୁ ଭୟ କରୁଛନ୍ତି। ଏପରିକି ସଂପୃକ୍ତ ଅଧ୍ୟାପକ କଲେଜ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି। ଅଧ୍ୟକ୍ଷ ମଧ୍ୟ ଏନେଇ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କାରଣ କାର୍ଯ୍ୟାନୁଷ୍ଠାନ ନେଲେ ସେ ନିଜେ ଫସିଯିବେ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି। ଏହାଦ୍ୱାରା ଅଧ୍ୟାପକ ଜଣଙ୍କ ସୁନ୍ଦର ଭାବେ ଅଧ୍ୟକ୍ଷଙ୍କୁ ବ୍ଲାକମେଲିଙ୍ଗ କରି ଚାଲିଛନ୍ତି। ଅଧ୍ୟକ୍ଷ ଅନଭିଜ୍ଞ ଓ ଅଯୋଗ୍ୟ ହୋଇଥିବାରୁ ତାଙ୍କ ଠାରୁ ୩୦ବର୍ଷ ସାନ କନିଷ୍ଠ ଅଧ୍ୟାପକଙ୍କ ବ୍ଲାକମେଲିଙ୍ଗର ଶିକାର ହେଉଛନ୍ତି। ପରୀକ୍ଷା ଦାୟୀତ୍ୱରେ ଥିବା ପ୍ରଫେସର ଇନ ଚାର୍ଯ୍ୟ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅନେକ ଥର ଅଧ୍ୟକ୍ଷଙ୍କୁ ପତ୍ର ଲେଖିଥିଲେ ମଧ୍ୟ ଅଧ୍ୟକ୍ଷ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଓଲଟା ପ୍ରଫେସର -ଇନ-ଚାର୍ଯ୍ୟଙ୍କ ଠାରୁ ଅଣ୍ଡରଟେକିଂ ଲେଖାଉଛନ୍ତି ଯେ ତୁମେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କେଉଁଠି କିଛି କହିବ ନାହିଁ। ତେଣୁ ଅଧ୍ୟକ୍ଷଙ୍କ ଏହି ଅପାରଗତାକୁ ନେଇ ଏବେ କଲେଜ ସାରା ଚର୍ଚ୍ଚା ଧରିଛି। ଏଭଳି ଅପାରଗ ଅଧ୍ୟକ୍ଷଙ୍କ ବିରୋଧରେ ତୁରନ୍ତ ବିଭାଗୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ନକରାଗଲେ ରାଜ୍ୟର ସର୍ବ ପୁରାତନ ବେସରକାରୀ ମହାବିଦ୍ୟାଳୟ ଧୁଳିସାତ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


