ଏଲପିଜି ସଙ୍କଟ ଓ ଦରବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ

ବାଲେଶ୍ଵର(ସରୋଜ ପଣ୍ଡା) : ଉଭୟ ଘରୋଇ ଓ ବାଣିଜ୍ୟିକ ରନ୍ଧନ ଗ୍ୟାସ ର କୃତ୍ରିମ ସଙ୍କଟ ଏବଂ ଦରବୃଦ୍ଧି ବିରୋଧରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ବାଣିଜ୍ୟିକ ସିଲିଣ୍ଡର ବିତରଣ ପ୍ରାୟତଃ ବନ୍ଦ କରାଯାଇଛି । ଯାହା ବିଜେପିର ଡବଲ ଇଞ୍ଜିନ ସରକାର ସିଧା ସଳଖ ଗରିବଙ୍କ ହାଣ୍ଡିଶାଳ ଉପରେ ମାଡ କରିଛନ୍ତି । ଏହାର ପ୍ରତିବାଦରେ ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସଙ୍କ ନେତୃତ୍ୱରେ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ଵର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଏହାକୁ ଗ୍ରହଣ କରିଥିଲେ । ରନ୍ଧନ ଗ୍ୟାସର ସୁଷମ ବଣ୍ଟନ ଓ ପର୍ଯ୍ୟାପ୍ତ ମହଜୁଦ ରଖିବା, ରନ୍ଧନ ଗ୍ୟାସ ଏବଂ ଅନ୍ୟାନ୍ୟ ସାମଗ୍ରୀର କଳାବଜାରୀ କୁ ରୋକିବା, ଏ ଦିଗରେ ସ୍ଵତନ୍ତ୍ର ତଦାରଖ ଟିମ୍ ଗଠନ କରିବା ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।  ଏହି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ଉପସଭାପତି ସରୋଜ ଲେଙ୍କା, ଉର୍ମିଳା ମାଝୀ, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜ୍ୟୋତ୍ସ୍ନା ସେନାପତି, କୁମୁଦିନୀ ଦାସ, ଶକୁନ୍ତଳା ଦାସ, ସାଇନା ବେଗମ୍, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତୁଷାରକାନ୍ତି ତପସ୍ୱୀ, ବିଜୟ ମହାନ୍ତି, ନିଶିତ୍ ବାରିକ, ଆଶିଷ ପଟ୍ଟନାୟକ, ଦେବଦତ୍ତ ଦାସ, ଟାଉନ କଂଗ୍ରେସ ସଭାପତି ଅନୁପ ସ୍ବାଇଁ, କହ୍ନେଇ ବେହେରା, ସକ୍ ଏକ ଭୋଳ,ଅଜୟ ଜେନା, ଶେଖ୍ ଅଜଗର, ସନ୍ନ୍ୟାସୀ ମନ୍ତ୍ରୀ, ରାଜେନ୍ଦ୍ର ଚୌଧୁରୀ, ବିଦ୍ୟାଧର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ