ଉଦଘାଟିତ ହେଲା ଗ୍ରାମୀଣ ଯୁବ ଏକତା ଶିବିର

ବାଲେଶ୍ୱର, (ଓ୍ବାଇଏନଏସ): ଆଜି ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଗ୍ରାମୀଣ ଯୁବ ଏକତା ଶିବିର ଉଦ୍ଘାଟିତ ହୋଇଛି । ଏହା ଯୁବକ, ଯୁବତୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ । ଏହା ଆଜି ଓ କାଲି ଦୁଇ ଦିନ ବ୍ୟାପି ଚାଲିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଗୁଡ଼ିକ ରହିଛି ।  ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୁବକ ମାନଙ୍କ ଉଦ୍ଦେଶ୍ୟରେ ଅନେକ ଗୁଣବାନ କଥା ସବୁ ନିଜ ବକ୍ତବ୍ୟରେ କହିଥିଲେ । ଆଜିର ଯୁବକ କାଲିର ଭବିଷ୍ୟତ। ତେଣୁ ପ୍ରତ୍ୟେକ ଯୁବକ ନିଜର ବିକାଶ ଦିଗରେ ସଚେତନ ହେବ ଦରକାର । ତାହେଲେ ଯାଇ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଓ ୨୦୩୬ ମସିହା ସୁଦ୍ଧା ବିକଶିତ ରାଜ୍ୟ ଗଠନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମହୋଦୟ କହିଥିଲେ । ତାଙ୍କ ସହିତ ପ୍ରେରଣଦୟକ ବକ୍ତା ଶ୍ରୀଯୁକ୍ତ ପ୍ରଣବ ଶରଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀଯୁକ୍ତ ସାଇ କୃଷ୍ଣ ଜେନା, ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶ୍ଯାମାଳେନ୍ଦୁ ରାଉତ ପ୍ରମୁଖ ଯୋଗ ଦେଇ ଯୁବବର୍ଗଙ୍କୁ ବିଭିନ୍ନ ସଚେତନତା ମୂଳକ ଦିଗ ଦର୍ଶନ ଦେଇଥିଲେ । ଏଠାରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ଅଂଶଗ୍ରହଣ କହିଥିଲେ । ଏହି ସଚେତନତା ମୂଳକ ଶିବିରରେ ଯୁବକ ଯୁବତୀ ମାନେ ବେଶ୍ ଉତ୍ସାହିତ ଥିଲେ । ସେମାନେ ସବୁ ପ୍ରକାର କାର୍ଯ୍ୟକଳାପକୁ ଧ୍ୟାନ ସହକରେ ଶୁଣିକି ଶିକ୍ଷା ଗ୍ରହଣ କରିଥିଲେ । ଅପରାହ୍ନରେ ସେମାନେ ନିଜର କଳାକୃତି ଗୁଡ଼ିକ ପ୍ରଦର୍ଶନ କରିଥିଲେ। ଆସନ୍ତା କାଲି ମଧ୍ୟ ଏହି କାର୍ଯ୍ୟକ୍ରମ କରି ରହିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ