ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ରାଷ୍ଟ୍ରୀୟ ନବବର୍ଷ ପାଳନ
କେନ୍ଦ୍ରାପଡ଼ା, (ଓ୍ବାଇଏନଏସ):ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କେନ୍ଦ୍ରାପଡା ନଗର ଖଣ୍ଡ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ସାନ୍ତସାହିସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ପାଳିତ ହୋଇଯାଇଛି। ନଗର ସଙ୍ଘ ଚାଳକ ବାଇଧର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାର ସହ ଜିଲ୍ଲା ସଙ୍ଘ ଚାଳକ ସଞ୍ଜୟ କୁମାର ପତ୍ରୀ ଯୋଗଦେଇ ବର୍ଷ ପ୍ରତିପଦା ଉତ୍ସବ ପାଳନର ଆଭିମୁଖ୍ୟ ଉପରେ ମାର୍ଗଦର୍ଶନ କରିଥିଲେ। ଶେଷରେ ସଙ୍ଘ ପ୍ରାର୍ଥନା ବୋଲାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ନଗରଖଣ୍ଡ ପକ୍ଷରୁ ଶତାଧିକ ସ୍ୱୟଂସେବକ ଯୋଗଦେଇଥିଲେ।


