ବେଲଗୁଣ୍ଠା ସାହିତ୍ୟ ଘର ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ପ୍ରତିବର୍ଷ ଭଳି ଚଳିତ ବର୍ଷ ସାହିତ୍ୟ ଘର ଶାଖାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ପ୍ରେସ କ୍ଲବ ଓ ସାହିତ୍ୟ ଘର ପକ୍ଷରୁ ମଧ୍ୟ ଉତ୍ସାହର ସହିତ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି I ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାହିତ୍ୟ ଘର ସଭାପତି ମୋତିଲାଲ ପତି ସଭାପତିତ୍ୱ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କାଉନସିଲର୍ ଦିବ୍ୟରଞ୍ଜନ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସାହିତ୍ୟ ଘର ସମ୍ପାଦକ କାଶୀନାଥ ସାହୁ, କାଉନସିଲର୍ ତଥା ସାହିତ୍ୟ ଘର କୋଷାଧ୍ୟକ୍ଷ ଏସ୍ ଭାସ୍କର ପାତ୍ର,ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟ ଘର ଉପସଭାପତି ସୂର୍ଯ୍ୟନାରାୟଣ ତ୍ରୀପାଠି,ବିଶିଷ୍ଟ ଶିକ୍ଷାବିତ୍ ମାଗୁଣି ମିଶ୍ର, ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପଖାଳର ମହତ୍ତ୍ୱ, ଉତ୍ତମ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ I ଗରିବର କଂସାରୁ ସାଧାରଣ ପଖାଳ ବର୍ତ୍ତମାନ ଧନୀ ମାନଙ୍କ ପାଇଁ ବ୍ରାଣ୍ଡ୍ ପାଲଟିଥିବା ଅତିଥିମାନେ ଆଲୋଚନା କରିଥିଲେ I ଏହା ସହିତ ଓଡ଼ିଆର ପଖାଳ କଂସା ଶୀର୍ଷକରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଏକ ପଂକ୍ତି ପଖାଳ ଭୋଜନର ବ୍ୟବସ୍ଥା ହୋଇଥିଲା I ଉପସ୍ଥିତ ଅତିଥି ଏବଂ ସଦସ୍ୟମାନେ ଦହି ପଖାଳ ସହିତ ମାଛ ଭଜା, ବଡ଼ି ଚୁରା, ପିଠଉ ଭଜା, ଆଳୁ ଚଟଣି, ସାଲାଡ୍, ପାମ୍ପଡ, ଲେମ୍ବୁଲଙ୍କା,ଚିଙ୍ଗୁଡି ଶୁଖୁଆ ରସା, ଶାଗ ଭଜା, କଖାରୁ ଫୁଲ ଭଜା ଆଦି ଭୋଜନ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଘର ସଦସ୍ୟ ସଞ୍ଜୟ ବେହେରା, ସୁବାଷ ମହାରଣା, ପବିତ୍ର ଦାଶ୍, ମିଟୁ ମହାରଣା, ମନୋଜ ଦଳେଇ, ବିଜୁ ବେହେରା, ନବ କିଶୋର ମହାରଣା,ସୁଧାଂଶୁ ଶେଖର ବିଷୋୟୀ, ଶିବରାମ ଚୌଧୂରୀ,ଶିଶୁ ପରିବେଶବିତ୍ ବିଦ୍ୱାନ୍ ପାତ୍ର,କ୍ରିଷ୍ଣାରାଣୀ ତ୍ରୀପାଠି ପ୍ରମୁଖ ଉପସ୍ଥିତ ଥିଲେ I ସାହିତ୍ୟ ଘର ସଦସ୍ୟ ଅଶ୍ୱିନୀ ମହାନ୍ତି, ପ୍ରଭାତ କୁମାର ସାହୁ ଭର୍ଚୁଆଲ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଚିନ୍ମୟ ମହାରଣାଙ୍କ ନେତୃତ୍ୱରେ ପ୍ରଦୀପ ଗୌଡ଼, ରାକେଶ ଗୌଡ଼, ସନ୍ତୋଷ ରେଡ଼ୀ, କାର୍ତ୍ତିକ୍ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ