ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷାରେ ଆଲୋଚ଼ନା ଚ଼କ୍ର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର “ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ” ବିଷୟରେ ଆଲୋଚ଼ନାଚ଼କ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ୍‌ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ଵରେ ଏହି ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋ ଚ଼ନା ଚ଼କ୍ରରେ ମୁଖ୍ୟଅତିଥି ତଥା ଆଲୋଚ଼କଭାବେ ଅବସର ପ୍ରାପ୍ତ ଶିକ୍ଷକ ଓ ଭଞ୍ଜଗବେଷକ କାମରାଜୁ ସାହାଣୀ ଯୋଗ ଦେଇ ପ୍ରକୃତି କବି ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ କାବ୍ୟ ସମ୍ଭାର ଓ ଅନ୍ୟାନ୍ୟ ସାହିତ୍ୟକ କୃତୀ ସମେତ କାବ୍ୟ ବୈଦେହୀଶ ବିଳାଶ ସଂପର୍କରେ ଉଚ୍ଚକୋଟୀର ମନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ,ଅଧ୍ୟାପକ ଅଜୟ ବିଶ୍ଵାଳ, ଅଧ୍ୟାପକ ସନ୍ତୋଷ କୁମାର ପ୍ରାଣିଗ୍ରାହୀ, ଅଧ୍ୟାପକ ଡ଼.ପ୍ରଫୁଲ କୁମାର ଜେନା,ଅଧ୍ୟାପକ ଅଶୋକ କୁମାର ପ୍ରଧାନ,ଅଧ୍ୟାପିକା ପିଙ୍କି ପାତ୍ର, ଅଧ୍ୟାପିକା ଲକ୍ଷ୍ମୀ ଗୌଡ଼, ଏବଂ କ୍ରୀଡ଼ା ଶିକ୍ଷକ ବିଶ୍ଵରଂଜନ ସ୍ୱାଇଁ, ଗ୍ରନ୍ଥାଗାରିକ ରଂଜିତ କୁମାର ସାମଲ ପ୍ରାରମ୍ଭରେ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଅତିଥି ପରିଚ଼ୟ ସହ ବୈଦେହୀଶ ବିଳାଶ କାବ୍ୟ ସଂପର୍କରେ ମଧ୍ୟ ସମ୍ୟକ୍ ଆଲୋଚ଼ନା କରିଥିଲେ । ଏହି ଆଲୋଚ଼ନା ଚ଼କ୍ରରେ ଓଡ଼ିଆ ସମ୍ମାନର ବହୁ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିଥିଲେ । ଶେଷରେ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ