ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୧୬ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ. ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ମନ୍ତ୍ରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ବିପ୍ର ଚରଣ ରାଉତ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଳବ୍ ସଭାପତି ରଞ୍ଜିତ୍ କୁମାର ବାରିକ, ତନରଡା ସରପଞ୍ଚ ସସ୍ମିତା ପାଢୀ, ସମିତି ସଭ୍ୟ ଅଯୋଧ୍ୟା ନାଥ ବେହେରା, ବରିଷ୍ଠ ନାଗରିକ ରାମ ପ୍ରସାଦ ପଟ୍ଟନାୟକ ଯୋଗ ଦେଇଥିଲେ, ଅନୁଷ୍ଠାନ ଅଧ୍ୟକ୍ଷା ଚନ୍ଦ୍ରମା କୁମାରୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଗଗନ ବିହାରୀ ଲେଙ୍କା ଶିକ୍ଷାର ଦିଗ ଓ ଦିଶା ଉପରେ ବିସ୍ତୃତ ଅଭିଭାଷଣ ରଖିଥିଲେ। ଶିକ୍ଷକ ଛାୟାକାନ୍ତ ମହାପାତ୍ର ଏବଂ ଜିତେନ୍ ଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ସିଲ ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନ ର ସମ୍ପାଦକ ଗଗନ ବିହାରୀ ଲେଙ୍କା ଧନ୍ୟବାଦ ଜ୍ଞାପନ କରିଥିଲେ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ଯୁବସାମ୍ବାଦିକ ଶିବରାମ ଚୌଧୁରୀଙ୍କୁ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ରଭାବେ ସାନମାନିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ