ବାସନ୍ତିକ ଦୁର୍ଗା ପୂଜା ଉତ୍ସବ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ମଧୁପୁର ଠାରେ ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ୭ମ ବାର୍ଷିକ ବାସନ୍ତିକ ଦୁର୍ଗା ପୂଜା ଉତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି । ନିକଟସ୍ଥ କପାଳୀ ନଦୀରୁ ୧୩ ଗୋଟି କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା । ସୁଶାନ୍ତ ଶେଖର ସ୍ୱାଇଁ, ଶତାବ୍ଦୀ ସ୍ୱାଇଁ, ଗଜେନ୍ଦ୍ର ସ୍ୱାଇଁ, ରଞ୍ଜନ କୁମାର ସ୍ୱାଇଁ, ଦୀପଙ୍କର ସ୍ୱାଇଁ, ଜିତେନ୍ଦ୍ର କୁମାର ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ରାଉତ, ନିରାକର ରାଉତ, ଶକ୍ତିଧର ରାଉତ, ସୁଧାଂଶୁ ଶେଖର ବେହେରା, ସତ୍ୟ ନାରାୟଣ ରାଉତ, ଗଙ୍ଗାଧର ରାଜ, ଲକ୍ଷ୍ମୀଧର ରାଜ, ଗୋବିନ୍ଦ ରାଜ, ନିରଞ୍ଜନ ରାଜ କଳସ ଆଣିଥିଲେ । ପ୍ରତିଦିନ ଚଣ୍ଡିପୂଜା, ଗୋପୂଜା, ସୂର୍ଯ୍ୟ ପୂଜା, ପିତୃ, ମାତୃ, ନବ ପତ୍ରିକା ପୂଜା, ଷୋଡଶ ଉପଚାର ପୂଜା ସହ କୁମାରୀ ତର୍ପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶନିବାର ଦଶହରା ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂଜକ ପଣ୍ଡିତ ହରେକୃଷ୍ଣ ପତି, ଦେବବ୍ରତ ପଣ୍ଡା, ଲକ୍ଷ୍ମୀକାନ୍ତ ପତି ପୂଜା କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଧାଂଶୁ ଶେଖର ସ୍ୱାଇଁ, ହିମାଂଶୁ ଶେଖର ସ୍ୱାଇଁ, ଚିତ୍ତ ରଞ୍ଜନ ସ୍ୱାଇଁ, ମୀନ କେତନ ସ୍ୱାଇଁ, ସୁଶ୍ରୀ ସଙ୍ଗୀତା ସ୍ୱାଇଁ, ଜଗବନ୍ଧୁ ଲେଙ୍କାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


