ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ କରାଯାଇ ୩୪ଟି ଚାଲାଣ କଟାଯାଇଥିବା ବେଳେ ମୋଟ ୫୪ହଜାର ଟଙ୍କା ଜୋରିମାନା କରାଯାଇଛି। କେନ୍ଦ୍ରାପଡା-ଇନ୍ଦୁପର ରାସ୍ତାର ବାରିମୂଳ, କଟକ-ଚାନ୍ଦବାଲି ରାସ୍ତାର ଅନୁଆପଡା ଓ ଚଣ୍ଡିଖୋଲ- ପାରାଦୀପ ଜାତୀୟ ରାଜପଥର ଅଳାବାଙ୍କ ଛକରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସେହି ରାସ୍ତାରେ ଯାଉଥିବା ଗାଡି ଗୁଡିକ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରେ ବିନା ହେଲମେଟ୍‌ରେ ବାଇକ ଚଳାଇ ଯାଉଥିବା ୨୬ଟି ଗାଡି, ସିଟ୍‌ବେଲ୍ଟ ନପିନ୍ଧି ଗାଡିଚାଳନା କରୁଥିବା ୭ଟି ଗାଡି, ମାଲବୁହା ଗାଡିରେ ଯାତ୍ରୀ ପରିବହନ କରୁଥିବା ୨ଟି ଗାଡି, ଦୁଇଚକିଆ ଯାନରେ ଦୁଇରୁ ଅଧିକ ବସିଥିବା ୬ଟି ଗାଡି, ଗାଡିଚାଳନା ବେଳେ ମୋବାଇଲରେ କଥାହେଉଥିବା ୪ଟି ଗାଡି ଏଭଳି ମୋଟ ୪୫ଟି ଗାଡି ଯାଞ୍ଚ ସମୟରେ ଧରାପଡିଥିଲେ। ସେହି ଗାଡିଗୁଡିକ ନିମନ୍ତେ ୩୪ଟି ଚାଲାଣ କଟାଯାଇଥିବା ବେଳେ ମୋଟ ୫୪ହଜାର ଟଙ୍କା ଜୋରିମାନା କରାଯାଇଛି। ଏଥିସହିତ ୬ଟି ଡ୍ରାଇଭିଂ ଲାଇସେନ୍ସକୁ ନିଲମ୍ବନ କରାଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଗାଡି ଯାଞ୍ଚ କାର୍ଯ୍ୟକ୍ରମରେ ଏମଭିଆଇ କାଜଲ ପ୍ରଧାନ, ଜୁନିଅର ଏମଭିଆଇ ଶ୍ରୀକାନ୍ତ ଟୁଡୁ ଓ ଟ୍ରାଫିକ ଇନସପେକ୍ଟର ରାଜନାରାୟଣ ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ